ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ନଂ.୯୮/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ଦାରୁଭଦ୍ରାର ଜଣେ ଯୁବକ ୧୪ ତାରିଖରେ ଦୁବାଇରୁ ଫେରିଥିଲେ। ନିୟମ ଅନୁସାରେ ୧୪ଦିନ ହୋମ୍‌ କ୍ୱାରାଣ୍ଟାଇନରେ ନ ରହି ଏଣେତେଣ ବୁଲିବା ନେଇ ହିଞ୍ଜିଳିକାଟୁ ତହସିଲଦାର ଖବର ପାଇବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପ୍ରଶାସନ ଗ୍ରାମରେ ପହଞ୍ଚତ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘରେ ରହିବାକୁ ତାଗିଦ୍‌ କରିଥିବା ଆଇଆଇସି ଅଭିମନଦ୍ୟୁ ଦାଶ କହିଛନ୍ତି।