ହୋମ୍‌ କ୍ୱାରାଣ୍ଟାଇନରେ ରହିଲେ କେଭିକେ ଅଧିକାରୀ

ଚିପିଲିମା,୧୫ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ଧନକଉଡା ବ୍ଲକ୍‌ ବସନ୍ତପୁର ପଞ୍ଚାୟତରେ ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) କାର୍ଯ୍ୟାଳୟ ରହିଛି। ଲକ୍‌ଡାଉନ ସମୟରେ କେଭିକେର ୩ଜଣ ଅଧିକାରୀ ଭୁବନେଶ୍ବରରେ ରହିଯାଇଥିଲେ। ହେଲେ ମଙ୍ଗଳବାର ସେମାନେ ନିଜସ୍ବ ଯାନରେ ଭୁବନେଶ୍ବରରୁ ଆସି ଚିପିଲିମାସ୍ଥିତ ନିଜ କ୍ବାର୍ଟର୍ସରେ ପହଞ୍ଚିଥିଲେ। ଖବର ପାଇ ବୁଧବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଏକ ଟିମ୍‌ ଆସି ସେମାନଙ୍କୁ ଭେଟି ପଚରାଉଚୁରା କରିବା ସହ ଆବଶ୍ୟକ ପରୀକ୍ଷା କରାଇଥିଲା। ଏବେ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି।