ନୂଆଦିଲ୍ଲୀ,୨୬।୮:ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇଏଲ୍)ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ସାଇନ୍ ସେଲିବ୍ରେସନ୍ ଏଡିଶନକୁ ନିକଟରେ ଉନ୍ମୋଚନ କରାଯାଇଛି। କମ୍ପାନୀର ଉକ୍ତ ମଡେଲ ଉନ୍ମୋଚନ ହେବା ପରଠାରୁ ନିଜର ଅତୁଳନୀୟ ମାନ ଓ ପ୍ରଦର୍ଶନ ପାଇଁ ୧୨୫ ସିସି ଏକ୍ଜିକ୍ୟୁଟିଭ ବର୍ଗରେ ହୋଣ୍ଡା ସାଇନ୍ର ରାଜୁତି ବଜାୟ ରହିଛି। ଏଚ୍ଏମ୍ଏସ୍ଆଇଏଲ୍ର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ଦେଶ ଆଗାମୀ ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଚ୍ଏମ୍ଏସ୍ଆଇଏଲ୍ରେ ଆମେ ସବୁ ଅଞ୍ଚଳର ଗ୍ରାହକମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇବାକୁ ଚାହଁୁଛୁ। ସବୁଠୁ ଆକର୍ଷଣୀୟ ଏକ୍ଜିକ୍ୟୁଟିଭ ମୋଟରସାଇକଲ ଭାବେ ସବୁଠୁ ଲୋକପ୍ରିୟ ଥିବା ବ୍ରାଣ୍ଡ୍ ସାଇନ୍ ଦୁଇ ଚକ ଯାତ୍ରାରେ ନିୟୁତାଧିକ ଭାରତୀୟଙ୍କୁ ଉଲ୍ଲସିତ କରିବା ଜାରି ରଖିବ। ମୋର ବିଶ୍ୱାସ ରହିଛି ଯେ ସମ୍ପୂର୍ଣ୍ଣ ନୂଆ ସେଲିବ୍ରେସନ୍ ଏଡିଶନ ଆମ ଗ୍ରାହକଙ୍କ ପାଇଁ ନୂଆ ଉଲ୍ଲାସ ଆଣିଦେବ। ଏହି ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ମ୍ୟାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍ ଓ ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉଭୟ ଡ୍ରମ୍ ଓ ଡିସ୍କ ଭାରିଆଣ୍ଟରେ ଏହା ଉପଲବ୍ଧ। ଏହାର (ଏକ୍ସ ଶୋ’ରୁମ୍, ନୂଆଦିଲ୍ଲୀ) ବଜାର ମୂଲ୍ୟ ୭୮,୮୭୮ ଟଙ୍କା ରହିଛି।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

