ନୂଆଦିଲ୍ଲୀ,୨୬।୮:ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇଏଲ୍)ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ସାଇନ୍ ସେଲିବ୍ରେସନ୍ ଏଡିଶନକୁ ନିକଟରେ ଉନ୍ମୋଚନ କରାଯାଇଛି। କମ୍ପାନୀର ଉକ୍ତ ମଡେଲ ଉନ୍ମୋଚନ ହେବା ପରଠାରୁ ନିଜର ଅତୁଳନୀୟ ମାନ ଓ ପ୍ରଦର୍ଶନ ପାଇଁ ୧୨୫ ସିସି ଏକ୍ଜିକ୍ୟୁଟିଭ ବର୍ଗରେ ହୋଣ୍ଡା ସାଇନ୍ର ରାଜୁତି ବଜାୟ ରହିଛି। ଏଚ୍ଏମ୍ଏସ୍ଆଇଏଲ୍ର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ଦେଶ ଆଗାମୀ ଉତ୍ସବ ଋତୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଚ୍ଏମ୍ଏସ୍ଆଇଏଲ୍ରେ ଆମେ ସବୁ ଅଞ୍ଚଳର ଗ୍ରାହକମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇବାକୁ ଚାହଁୁଛୁ। ସବୁଠୁ ଆକର୍ଷଣୀୟ ଏକ୍ଜିକ୍ୟୁଟିଭ ମୋଟରସାଇକଲ ଭାବେ ସବୁଠୁ ଲୋକପ୍ରିୟ ଥିବା ବ୍ରାଣ୍ଡ୍ ସାଇନ୍ ଦୁଇ ଚକ ଯାତ୍ରାରେ ନିୟୁତାଧିକ ଭାରତୀୟଙ୍କୁ ଉଲ୍ଲସିତ କରିବା ଜାରି ରଖିବ। ମୋର ବିଶ୍ୱାସ ରହିଛି ଯେ ସମ୍ପୂର୍ଣ୍ଣ ନୂଆ ସେଲିବ୍ରେସନ୍ ଏଡିଶନ ଆମ ଗ୍ରାହକଙ୍କ ପାଇଁ ନୂଆ ଉଲ୍ଲାସ ଆଣିଦେବ। ଏହି ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ମ୍ୟାଟ୍ ଷ୍ଟିଲ୍ ବ୍ଲାକ୍ ମେଟାଲିକ୍ ଓ ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉଭୟ ଡ୍ରମ୍ ଓ ଡିସ୍କ ଭାରିଆଣ୍ଟରେ ଏହା ଉପଲବ୍ଧ। ଏହାର (ଏକ୍ସ ଶୋ’ରୁମ୍, ନୂଆଦିଲ୍ଲୀ) ବଜାର ମୂଲ୍ୟ ୭୮,୮୭୮ ଟଙ୍କା ରହିଛି।
୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP
ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
Archives


