ହୋଟେଲ ଉପରେ ଚଢାଉ: ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ପୁରୁଷୋତ୍ତମପୁର, ୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ାର ଏକ ହୋଟେଲ ଉପରେ ଗୁରୁବାର ଅପରାହ୍ନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ହୋଟେଲ ମାଲିକ ବେଗୁନିଆପଡାର କେ. ସୁନିଲ ରାଓ (୨୫)।
ପ୍ରକାଶ ଯେ, ଏସ୍‌ଡିପିଓ ସୀମା ସ୍ବାଇଁ ତାଙ୍କର ଷ୍ଟାଫ ଦୀପ୍ତି ପ୍ରସାଦ ପ୍ରଧାନ, ପ୍ରଦୀପ ଗୌଡ, କୈଳାଶ ପଟ୍ଟନାୟକ, ସ୍ବପ୍ନା ବେହେରାଙ୍କ ସହ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବେଗୁନିଆପଡା ବଜାରରେ ଥିବା ରାମକୃଷ୍ଣ ହୋଟେଲରେ ବେଆଇନ ଭାବେ ମଦ କାରବାର ହେଉଥିବା ଏକ ବିଶସ୍ତ ସୂତ୍ରରୁ ଖବର ମିଳିଥିଲା। ପରେ ସେମାନେ ସେଠାରେ ଚଢ଼ାଉକରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ହୋଟେଲ ମାଲିକ କେ. ସୁନିଲ ରାଓଙ୍କୁ ଗିରଫ କରାଯାଇଛି। ଏ ନେଇ କୋଦଳା ଥାନାରେ କେସ ନଂ. ୬୩/୨୦ ରେ ଏକ ମାମଲା ରୁଜୁ ହୋଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସ୍ବାଇଁ ଏହି ସୂଚନା ଦେଇଛନ୍ତି।