ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା ସେମାନେ ବ୍ୟବହାର କରିଥିବା ବାସନ ଏଭରେଷ୍ଟରୁ ସଂଗୃହୀତ ବର୍ଜ୍ୟରୁ ପ୍ରସ୍ତୁତ, ସେତେବେଳେ ସେମାନେ ପରସ୍ପର ମୁହଁକୁ ଆବାକାବା ହୋଇ ଚାହିଁ ରହିଲେ। ସବୁଠାରୁ ବଡ଼ କଥା ଯେ, ବର୍ଜ୍ୟବସ୍ତୁରୁ ତିଆରି ଫୁଲଦାନି, ଲ୍ୟାମ୍ପ, ଗ୍ଲାସ, ଦୀପ ଏବଂ ବାସନକୁସନର ଆଞ୍ଚଳିକ ବଜାରରେ ଖାସ୍‌ ଚାହିଦା ରହିଛି। ଆବର୍ଜନାକୁ ପୁନଃ ବ୍ୟବହାରଯୋଗ୍ୟ ବା ରିସାଇକ୍ଲିଂ କରୁଥିବା ‘ବ୍ଲୁ ବେଷ୍ଟ ଟୁ ଭ୍ୟାଲ୍ୟୁ’ ସଂସ୍ଥାର ନବୀନ ମହାରଞ୍ଜନ କୁହନ୍ତି, ଆବର୍ଜନାକୁ ଅଦରକାରୀ ବୋଲି ଭାବିବା ଅନୁଚିତ। ଏଭରେଷ୍ଟରୁ ଆଲୁମିନିୟମ କେନ୍‌, କାଚ ବୋତଲ, ପ୍ଲାଷ୍ଟିକ ବ୍ୟାଗ୍‌, ଲୁହା ଭଳି ହଜାର ହଜାର କେଜି ଆବର୍ଜନା ସଂଗ୍ରହ କରାଯାଇଛି। ସେଥିରୁ ଅଧିକାଂଶର ପୁନଃଚକ୍ରଣ ସମ୍ଭବ। ଆବର୍ଜନାକୁ ଉପଯୋଗ କରି ଘରସଜା ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ‘ମୋବାରେ ଡିଜାଇନ୍ସ’ର ଉଜେନ ଲେପଚାଙ୍କ କହିବା କଥା, ଲୋକମାନେ ଏପରି ଉତ୍ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସେମାନେ ପଚାରୁଛନ୍ତି କ’ଣ ବର୍ଜ୍ୟରୁ ଏପରି ସାମଗ୍ରୀ ପ୍ରସ୍ତୁତ ସମ୍ଭବ। ସୂଚନାଯୋଗ୍ୟ, ପୃଥିବୀର ଏହି ସର୍ବୋଚ୍ଚ ଗିରିଶୃଙ୍ଗ ଶିଖରରେ ପାଦ ଥାପିବା ଅଧିକାଂଶ ଦୁଃସାହସିକ ପର୍ବତାରୋହୀଙ୍କ ସ୍ବପ୍ନ। ଅଭିଯାନ ଶେଷ ହେଉ ହେଉ ପର୍ବତାରୋହୀଙ୍କ ନାମ ଯୋଡ଼ି ହୋଇଯାଏ ଇତିହାସ ପୃଷ୍ଠାରେ। ହେଲେ ଏଭରେଷ୍ଟ ଶିଖରରେ ଆଉ ଯାହା ବାକି ରହିଯାଏ ତାହା ହେଉଛି କୁଢ଼ କୁଢ଼ ଆବର୍ଜନା। ଖାସ୍‌ ଏହି କାରଣରୁ ଏଭରେଷ୍ଟ ଏବେ ପରିଣତ ହୋଇଛି ଆବର୍ଜନା କୁଣ୍ଡରେ, ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ନେପାଳ ସରକାର। ଏହି କ୍ରମରେ ଏଭରେଷ୍ଟକୁ ବର୍ଜ୍ୟମୁକ୍ତ କରିବାକୁ ବଛା ବଛା ପର୍ବତାରୋହୀଙ୍କୁ ନେଇ ଆରମ୍ଭ ହୋଇଛି ସ୍ବଚ୍ଛତା କାର୍ଯ୍ୟକ୍ରମ ‘କ୍ଲିନ୍‌ ଏଭରେଷ୍ଟ’। ୬ସପ୍ତାହ ଧରି ଚାଲିଥିବା ଏକ ଅଭିଯାନରେ ୧୧ ଟନ୍‌ରୁ ଊର୍ଦ୍ଧ୍ୱ ବର୍ଜ୍ୟ ସଂଗ୍ରହ କରାଯାଇଛି। ସେସବୁକୁ ପୁନଃବ୍ୟବହାର କରିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri