ହୋଇ ପାରିଲାନି ଭେଣ୍ଡିଂ ଜୋନ: ଖୋଲା ଆକାଶ ତଳେ ଗଞ୍ଜାମ ପରିବା ବ୍ୟବସାୟୀ

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଉଛି। ଏଥିଲାଗି ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଛି l ଉଚ୍ଛେଦ ପୂର୍ବରୁ ଦୀର୍ଘ ବର୍ଷ ଧରି ବଜାରରେ ବିଭିନ୍ନ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ଦିଆଯାଇ ଥଇଥାନ କରାଯିବ ବୋଲି ତହସିଲ ଓ ଏନ୍‌ଏସି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ l ମାତ୍ର ତାହା ଏଯାବତ୍‌ ହୋଇପାରି ନାହିଁ l ଫଳରେ ପରିବା ବ୍ୟବସାୟୀମାନେ ଖୋଲା ଆକାଶ ତଳେ ପରିବା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି l