ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ ତାରକାମାନେ ନିଜ ପାର୍ଟନର କିମ୍ବା ଘରର ଅନ୍ୟ ସଦସ୍ୟଙ୍କର ହେୟାର କଟ୍‌ କରି ବେଶ୍‌ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ଏଥିରେ ପ୍ରଥମ ନାମ ଆସୁଛି କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କର। ଅନୁଷ୍କା କୋହଲିଙ୍କ ଚୁଟି କାଟି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଫ୍ୟାନ୍‌ମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏହାପରେ ଟିସ୍କା ଚୋପଡା ଏବଂ ଶ୍ୱେତା ତିଓ୍ବାରୀଙ୍କ ନାମ ଥିବାବେଳେ ଏବେ ଏହି ଲିଷ୍ଟରେ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ ସାମିଲ ହୋଇଯାଇଛନ୍ତି। ଇଲିୟାନା ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ନିଜର ହେୟାର କଟ୍‌ କରୁଥିବାର ଫଟୋ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ, ମୁଁ ମୋ ନିଜର ଚୁଟି ବେଶ୍‌ ଭଲ ଭାବେ କାଟିପାରିଲି। ଆପଣମାନେ ମଧ୍ୟ କରିପାରିବେ। ଆପଣଙ୍କୁ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କରୋନା ଭାଇରସ୍‌ ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ ପାର୍ଲର ବନ୍ଦ ଥିବାରୁ ମୋତେ ମୋ ହେୟାର ଷ୍ଟାଇଲିଷ୍ଟ ହେବାକୁ ପଡ଼ିଲା। ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ଲକ୍‌ଡାଉନ୍‌ ସମସ୍ତଙ୍କୁ କାମ କରିବା ଶିଖାଇଦେଲା। ସେ ଯେତେବେଳେ ୭ବର୍ଷର ହୋଇଥିଲେ, ତାଙ୍କ କଣ୍ଢେଇର ଚୁଟି କାଟିଥିଲେ। ଏବେ ସେହି କଥା ମନେ ପଡ଼ିଯାଉଛି ବୋଲି ସେ କହିଛନ୍ତି।

Share