Categories: ଜାତୀୟ

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌ର ରେସିଡେନ୍ସ ଡାକ୍ତରମାନେ ହେଲମେଟ୍‌ ପିନ୍ଧି ରୋଗୀ ସେବା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜର ଜୁନିୟର ଡାକ୍ତରଙ୍କ ଉପରେ ଗତ ସୋମବାର ହୋଇଥିବା ଆକ୍ରମଣକୁ ନେଇ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ରୋଗୀ ସେବା ବ୍ୟାହତ ହୋଇଛି। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଗଲାଣି।

Share