Categories: ଜାତୀୟ

ହେଲ୍‌ମେଟ୍‌ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା

ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୩୦ଜଣ ବିନା ହେଲ୍‌ମେଟ୍‌ରେ ଧରାପଡ଼ିଛନ୍ତି। ଟ୍ରାଫିକ୍‌ ନିୟମ ଅନୁସାରେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଛି। ଏନେଇ ସିଟି ଟ୍ରାଫିକ୍‌ ଏଏସ୍‌ପି ପ୍ରଦୀପ୍‌ ସିଂ ଚୌହ୍ବାନ ସୂଚନା ଦେଇଛନ୍ତି। ପୋଲିସ ବାବୁ ଜରିମାନା ଦେଉଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share