Categories: ଖେଳ

ହେଲିଙ୍କ ରେକର୍ଡ ଶତକ

ସିଡ୍‌ନୀ,୨।୧୦: ଅଷ୍ଟ୍ରେଲିଆ ମହିଳା ଦଳର ଉଇକେଟକିପର ବ୍ୟାଟ୍ସଓମ୍ୟାନ ଆଲିସା ହେଲି ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ହେଲି ମାତ୍ର ୬୧ ବଲର ସମ୍ମୁଖୀନ ହୋଇ ୧୪୮ ରନ୍‌ କରିଛନ୍ତି। ଏହା ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ଇନିଂସ ସହ ହେଲି ନିଜ ସାଥି ଖେଳାଳି ମେଗ ଲାନ୍ନିଂ (୧୩୩)ଙ୍କୁ ପଛରେ ପକାଇଛନ୍ତି। ଓପନିଂ କରିବାକୁ ଆସିଥିବା ହେଲିଙ୍କ ଇନିଂସରେ ୧୯ ଚୌକା ଓ ୭ ଛକା ସାମିଲ ଥିଲା। ସେ ୪୬ ବଲରେ ଶତକ ଲଗାଇଥିଲେ। ଲାନ୍ନିଂ ଅପରପକ୍ଷରେ ଥିବାବେଳେ ହେଲି ୬ ଲଗାଇ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ତାଙ୍କର ଏଭଳି ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଧାର୍ଯ୍ୟ ୨୦ ଓଭରରେ ୨ ଉଇକେଟ ହରାଇ ୨୨୬ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ୭ ଉଇକେଟ ହରାଇ ୯୪ ରନ୍‌ କରିପାରିଥିଲା। ଫଳରେ ମ୍ୟାଚ୍‌କୁ ୧୩୨ ରନ୍‌ରେ ଜିତିନେଇଥିଲା ଘରୋଇ ଦଳ। ଏଥିସହ ଟିମ୍‌ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟରେ କ୍ଲିନ ସୁଇପ୍‌ ହାସଲ କରିଛି।

Share