Categories: ଜାତୀୟ

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ ଭାଗ ନେଉଥିବା ଲୋକମାନେ ମୁଣ୍ଡରେ ହେଲମେଟ୍‌ ପିନନ୍ଧି ନୃତ୍ୟ କରୁଥିବାର ଦେଖାଯାଇଛି। ସଡର ସୁରକ୍ଷା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି ବୋଲି ଆୟୋଜକମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ସୁରତର ବିଆର ମଲରେ ନବରାତ୍ରର ପ୍ରଥମ ଦିନ ଏକ ଗର୍‌ବା କାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବଠାରୁ ବୃଦ୍ଧ ପର୍ଯ୍ୟନ୍ତ ଭାଗ ନେଇଥିଲେ। ସମସ୍ତେ ମୁଣ୍ଡରେ ହେଲମେଟ୍‌ ଲଗାଇ ଲୋକଙ୍କୁ ସଚେତକ କରାଉଥିବାର ଦେଖାଯାଇଥିଲା।

Share