ହେଲମେଟ୍‌ ନ ପିନ୍ଧିଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ମନା

ଭଞ୍ଜନଗର,୪।୮(ଡି.ଏନ.ଏ.) -ବାଇକ୍‌ ଓ କାର ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ। ଯେଉଁମାନେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବେ ସେମାନଙ୍କ ବିରୁଦ୍ଧରେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କାର ଚାଳକ ମଧ୍ୟ ସିଟ୍‌ ବେଲ୍‌ଟ ନବାନ୍ଧିଲେ ଜରିମାନା ଗଣିବେ। ରାଜ୍ୟର ଅନ୍ୟ ଜିଲା ଅପେକ୍ଷା ଗଞ୍ଜାମ ଜିଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ଅଧିକ। ତେଣୁ ପ୍ରଶାସନ ବେନିୟମ ଗାଡ଼ି ଚାଳକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। ବିଗତ ୩ ବର୍ଷ ହେବ ଗଞ୍ଜାମ ଜିଲା ଦୁର୍ଘଟଣାଜନିତ ମୃତ୍ୟୁହାରରେ ରାଜ୍ୟରେ ପ୍ରଥମ ରହୁଛି। ଭଞ୍ଜନଗର ଉପଖଣ୍ଡରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରଥମ ୭ମାସରେ ୩୦ ପ୍ରତିଶତ ମୃତ୍ୟୁହାର କମିଛି। ଯାହାକି ଭଞ୍ଜନଗର ପ୍ରଶାସନ ପାଇଁ ଆଶ୍ୱସ୍ଥ ହୋଇଥିଲେ ମଧ୍ୟ ଜିଲାରେ ମୃତ୍ୟୁହାର ଅଧିକ ରହୁଥିବାରୁ ଜିଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାରଠାରୁ ହେଲମେଟ୍‌ ନ ପିନ୍ଧିଥିଲେ ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବାଇକ୍‌ ଚାଳକଙ୍କୁ ଛଡ଼ାଯାଉନାହିଁ। ଏଥିସହ କାର ଚାଳକ ମଧ୍ୟ ସିଟ୍‌ ବେଲଟ୍‌ ପିନ୍ଧି ନ ଥିଲେ କାର ଛଡ଼ାଯାଉନାହିଁ। ଉପ ଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ କାର୍ଯ୍ୟାଳୟ ସମୟରେ ଲୋକଙ୍କୁ ମୁଖ୍ୟ ଫାଟକ ନିକଟରେ ସଚେତନ କରାଉଛନ୍ତି।
ଜାନୁୟାରୀରୁ ଜୁଲାଇ ମଧ୍ୟରେ ଭଞ୍ଜନଗର ଉପଖଣ୍ଡରେ ୬୫ଟି ଦୁର୍ଘଟଣା ଘଟିଥିବାବେଳେ ୫୩ ଜଣ ମୃତ୍ୟୁବରଣ କରିଥିଲେ। ସେହିଭଳି ଚଳିତବର୍ଷ ଜାନୁୟାରୀରୁ ଜୁଲାଇ ମଧ୍ୟରେ ୫୪ ଦୁର୍ଘଟଣା ଘଟିଥିବାବେଳେ ୩୯ ଜଣ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, ଜନସଂଖ୍ୟା ଦୃଷ୍ଟି କୋଣରୁ ଗଞ୍ଜାମ ଜିଲା ରାଜ୍ୟରେ ପ୍ରଥମ। ତେଣୁ ଏଠାରେ ଦୁର୍ଘଟଣା ହାର ମଧ୍ୟ ଅନ୍ୟ ଜିଲା ଅପେକ୍ଷା ଅଧିକ ରହୁଛି। ବେପାରୁଆ, ଦ୍ରୁତ ଗାଡ଼ି ଚାଳନା, ହେଲମେଟ୍‌, ସିଟ୍‌ ବେଲଟ୍‌ ବ୍ୟବହାର ନ କରିବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ପ୍ରମୁଖ କାରଣ ଯୋଗୁ ଦୁର୍ଘଟଣା ବଢୁଛି। ଜିଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର କମିବାନେଇ ୩ବର୍ଷ ହେବ ପ୍ରଶାସନ ଅନେକ ଯୋଜନା କରିଛି। ତଥାପି ମୃତ୍ୟୁହାର କମୁନାହିଁ। ୨୦୧୭ରେ ୩୮୧ ଜଣ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୨୦୧୮ରେ ୪୦୪ ଜଣ ମୃତ୍ୟୁ ଘଟିଥିଲା।
ଏନେଇ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଏସ୍‌. ରୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବେନିୟମ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଅଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନୂଆ ପରିବହନ ନିୟମ ଲାଗୁ ହେବ। ଏହି ନିୟମ କାର୍ଯ୍ୟକାରୀ ହେଲେ ସିଟ୍‌ ବେଲଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା ଜରିମାନା, ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର, ହେଲ୍‌ମେଟ ନ ପିନ୍ଧିଲେ ୧ ହଜାର ଜରିମାନା ଓ ୩ ମାସ ଲାଇସେନ୍ସ ରଦ୍ଧ କରାଯିବ। ନାବାଳକ ଗାଡ଼ି ଚଳାଇଲେ ଅଭିଭାବକ ୨୫ ହଜାର ଜରିମାନା ଗଣିବା ସହ ୩ ବର୍ଷ ଜେଲ ଭୋଗିପାରନ୍ତି। ମୋବାଇଲ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା, ଆପତକାଳୀନ ଗାଡ଼ି ଯଥା ଆମ୍ବୁଲାନ୍ସ, ଦମକଳ ଗାଡ଼ିକୁ ରାସ୍ତା ନଛାଡ଼ିଲେ ୧୦ ହଜାର ଜରିମାନା, ଦ୍ରୁତ ଗତି କିମ୍ବା ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମନା ନେଇ ନୂଆ ଆଇନରେ ବ୍ୟବସ୍ଥା ଅଛି ବୋଲି ସୂଚନା ଦେଇଛନ୍ତି।
ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ସଚେତନତା କରିବା ଲକ୍ଷ୍ୟନେଇ ଏହିଭଳି ପଦକ୍ଷେପ ନିଆଯାଇଛି। ଆଗାମୀଦିନରେ ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ବିଭିନ୍ନ ରାସ୍ତାରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri