ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପ୍ରମୋଦ ପ୍ରଣାୟତଙ୍କ ପୁଅ ଶକ୍ତି (୧୭)। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ଭଞ୍ଜନଗର ହସ୍ପିଟାଲକୁ ପଠାଇଛି।
ସୂଚନାଯୋଗ୍ୟ, ସକାଳେ ଶକ୍ତି ଫସଲ ତୋଳିବାକୁ ଯାଉଥିବା ସମୟରେ ରାସ୍ତାରେ ଜୀବଜନ୍ତୁ ଦାଉରୁ ଫସଲ ସୁରକ୍ଷା ପାଇଁ ଲଗାଯାଇଥିବା ହୁକିଂ ତାରରେ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା।