ହୀରୋ ନଂ ଜିରୋ

ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ହୀରୋ ନଂ ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ‘ପ୍ରେମ ପାଇଁ ମହାଭାରତ’ର ନିର୍ଦ୍ଦେଶକ ନିରଞ୍ଜନ ବେହେରା। ଖାସ୍‌ କଥା ହେଲା ଏହାର ମେଲ୍‌ ଲିଡ୍‌ରେ ଅଭିନୟ କରୁଥିବା ଜ୍ୟୋତି ନାୟକଙ୍କୁ ଦର୍ଶକ ଡବଲ ରୋଲ୍‌ରେ ଦେଖିବାକୁ ପାଇବେ। ନବାଗତା ଖୁସି ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ସ୍ମୃତିରଞ୍ଜନ ବିଶ୍ୱାଳଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଉକ୍ତ ସିନେମା ସମ୍ପର୍କରେ ନିରଞ୍ଜନ କହନ୍ତି, ‘ଏହାର କାହାଣୀ ସମ୍ପୂର୍ଣ୍ଣ ମୌଳିକ ଏବଂ କୌଣସି ଫିଲ୍ମରୁ କପି କରାଯାଇ ନାହିଁ। ଏଥିରେ ଲଭ୍‌, ଇମୋଶନ, ଆକ୍ସନ ରହିଛି। କାରଣ ମୋ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ର ସଫଳତା ପରେ ଏହି ଫିଲ୍ମଟି କିପରି ସବୁ ଦୃଷ୍ଟିରୁ ସରସ ସୁନ୍ଦର ହେବ ସେ ନେଇ ନିଶ୍ଚୟ ଚେଷ୍ଟା କରିବି।’ ଚିତ୍ରରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ମଳୟ ମିଶ୍ର। ଜ୍ୟୋତି-ଖୁସି ଯୋଡ଼ି ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ଶ୍ରୀତମ ଦାସ, ବିଜୁ ବଡ଼ଜେନା, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିବେ।

Share