Categories: ବାଣିଜ୍ୟ

ହିରୋ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ

ଭୁବନେଶ୍ୱର, ୨୯-୮: ହିରୋ ମୋଟୋକର୍ପ ପକ୍ଷରୁ ଏହାର ନୂଆ ମୋଟର ସାଇକେଲ ଏକ୍ସପ୍ଲସ ୨୦୦ର ଏକ୍ସଟ୍ରାକ ପ୍ରଦର୍ଶନ କରାଯାଇଛି। ଏହାକୁ ଚଳାଇବା ଲାଗି ଆଗ୍ରହୀ ବ୍ୟକ୍ତିବିଶେଷ ଗାଡି ଚାଳନାର ଆନନ୍ଦ ନେଇଛନ୍ତି। ଏହି ସମୟରେ ସୁରକ୍ଷିତ ଗାଡି ଚାଳନା ନେଇ ଲୋକଙ୍କୁ ସଚେତନ କରାଯାଇଛି। ଦିଲ୍ଲୀ ସମେତ ଚେନ୍ନାଇ ଭଳି ସହରଗୁଡିକରେ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ୫୦୦ରୁ ଅଧିକ ବାଇକ ଚାଳକ ଯୋଗ ଦେଇଥିଲେ। ଆଗାମୀ ଦିନରେ ବାଙ୍ଗାଲୋର, କୋଚି ଏବଂ ପୁଣେରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଏହି ମଡେଲଟିରେ ୨୦୦ ସିସି ଇଞ୍ଜିନ, ସିଭି କାର୍ବୋରେଟର ଫୁଏଲ ଇଞ୍ଜେକଶନ ଭଳି ଅନ୍ୟାନ୍ୟ ବୈଶିଷ୍ଟ୍ୟ ରହିଛି।

Share