ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି। ସ୍ବାମୀ ଜଣେ ଅଣଭାରତୀୟ ହୋଇଥିବା ବେଳେ ତାଙ୍କ ନାମ ରିତେଶ। ଏହି ନିକଟରେ ରାକ୍ଷୀଙ୍କ ଏକ ଗୀତ ‘ଛପ୍ପନ ଛୁରୀ’ ରିଲିଜ୍‌ ହୋଇଛି। ଯାହାର ପ୍ରମୋଶନରେ ସେ କୌଣସି ସୁଯୋଗକୁ ହାତଛଡ଼ା କରି ନାହାନ୍ତି। ତେବେ ଏହି ନିକଟରେ ରାକ୍ଷୀ ରାନୁ ମଣ୍ଡଳଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। ରାକ୍ଷୀ ରାନୁଙ୍କ ସ୍ବରର ପ୍ରଶଂସା କରିବା ସହ ତାଙ୍କୁ ଏକ ଗୀତ ‘ଛପ୍ପନ ଛୁରୀ’ର ରିମେକ୍‌ରେ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି। ରାନୁଙ୍କ ପରି ଜଣେ ପ୍ରତିଭାଶାଳୀ ଗାୟିକାଙ୍କୁ ସୁଯୋଗ ଦେଉଥିବାରୁ ଏପରି ଇଣ୍ଡଷ୍ଟ୍ରି ସହ ଜଡିତ ହୋଇ ମୁଁ ବହୁତ ଖୁସି ବୋଲି ରାକ୍ଷୀ କହିଛନ୍ତି। ଏଥିସହ ସେ ହିମେଶ ରେଶମିୟାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପଞ୍ଚିମ ବଙ୍ଗଳା ରେଳଷ୍ଟେଶନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସି ସଫଳତା ପାଇଥିବା ରାନୁଙ୍କ ଭାଗ୍ୟ ବଦଳିଯାଇଛି ।

Share