Categories: ଜାତୀୟ

ହିମାୟତ୍‌ ଯୋଜନାରେ ୧୨ ହଜାର ଯୁବବର୍ଗଙ୍କ ମିଳିଛି ତାଲିମ: ନକ୍‌ଭୀ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହିମାୟତ୍‌ ଯୋଜନାରେ ଇତିମଧ୍ୟରେ ୧୨ ହଜାର ଯୁବବର୍ଗଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯାଇଛି। ଏଥିରେ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଜମ୍ମୁ-କଶ୍ମୀରର ବିକାଶ ପାଇଁ ସାମ୍ବା ଏବଂ ଅଓ୍ବନ୍ତିପୋରାରେ ଏମ୍ସ୍‌ ସ୍ଥାପନ ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏନେଇ କେନ୍ଦ୍ରୀୟ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭୀ ମଙ୍ଗଳବାର ଶ୍ରୀନଗରଠାରେ ଆୟୋଜିତ ଏକ ସଭାରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଜମ୍ମୁ-କଶ୍ମୀର ଲୋକଙ୍କୁ ଜଣାଇବା ପାଇଁ ୩୬ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଜାନୁୟାରୀ ୧୮ରୁ ୨୫ ପର୍ଯ୍ୟନ୍ତ ଅଲଗା ଅଲଗା ଭାବେ ଜାରି ରହିଛି।

Share