ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ ନିକଟରେ ଜୋତା ତିଆରିର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ହିମା ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଆଇଏସ୍)ରେ ଅଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଇନଷ୍ଟାଗ୍ରାମ୍ରେ ଚାଟିଂ ବେଳେ ଘଟଣାର ପରଦା ଉଠାଇଛନ୍ତି। ହିମା କହିଛନ୍ତି, ଦିନ ଥିଲା ମୁଁ ପ୍ରଥମେ ଖାଲିପାଦରେ ଦୌଡ଼ୁଥିଲି। ମୋ ବାପା ଜଣେ କୃଷକ। ମୁଁ ପ୍ରଥମେ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଲି ବାପା ପ୍ରଥମେ ମୋ ପାଇଁ ହଳେ ରନିଂ ଜୋତା କିଣି ଆଣିଥିଲେ। ଏହା ସ୍ପାଇକ୍ଯୁକ୍ତ ଥିଲା। କିନ୍ତୁ ଏହା ଅତି ସାଧାରଣ ଜଣା ପଡ଼ୁଥିଲା। ହାତରେ ଏହି ଜୋତା ସହ ଏକ ଫଟୋ ଉଠାଇ ‘ଆଡିଡାସ’ ନିକଟକୁ ଏକ ଚିଠି ଲେଖିଲି। ଏହି ଜୋତା ପିନ୍ଧି ଦୌଡ଼ିଲେ ଫଳାଫଳ କ’ଣ ହେବ ବୋଧହୁଏ ତୁମକୁ ଜଣା ନାହିଁ ବୋଲି ହିମା ଉଲ୍ଲେଖ କରିଥିଲେ। ଆଡିଡାସ ବର୍ତ୍ତମାନ ମୋ ନାମରେ ଜୋତା ତିଆରି କରୁଛି ବୋଲି ଭାରତୀୟ ଆଥଲେଟ କହିଛନ୍ତି। ୨୦ ବର୍ଷୀୟା ହିମା ୨୦୧୮ରେ ଫିନ୍ଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ୍ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ସଫଳତା ପାଇ ଜର୍ମାନୀର ଆଡିଡାସ କମ୍ପାନୀ ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରିବା ସହ ତାଙ୍କ ପାଇଁ ଜୋତା ତିଆରି କରିଥିଲା। ଜୋତାର ଗୋଟିଏ ପାର୍ଶ୍ୱରେ ହିମାଙ୍କ ନାମ ଏବଂ ଅନ୍ୟପଟେ ‘କ୍ରିଏଟ୍ ହିଷ୍ଟ୍ରି’ ବୋଲି ପ୍ରିଣ୍ଟ ରହିଛି। ଇଣ୍ଡୋନେସିଆରେ ୨୦୧୮ରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ୪୦୦ ମିଟରରେ ରୌପ୍ୟ ଏବଂ ମହିଳା ୪୦୦ ମିଟର ଏବଂ ମିକ୍ସଡ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ପୂର୍ବରୁ ହଠାତ୍ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ
ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...
ମେଲବୋର୍ନ ପିଚ୍କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍ ପଏଣ୍ଟ
ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...
ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…
ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...
ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ
ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...
ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…
ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...
୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…
ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...
ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ: କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଛାୟା
ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
Archives


