ନୂଆଦିଲ୍ଲୀ, ୨୮ା୪ (ପି.ଟି.)-ଭାରତର ଟପ୍ କ୍ୱାର୍ଟରମାଇଲର ହୀମା ଦାସଙ୍କ ପାଇଁ ଜୋତା ତିଆରି କରୁଛି ପ୍ରମୁଖ କ୍ରୀଡ଼ା ପୋଷାକ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍। ଏଥିରେ ହିମାଙ୍କ ନାମ ପ୍ରିଣ୍ଟ୍ ରହିଛି। ଏକଦା ଦେଶର ଏହି ଷ୍ଟାର ଧାବିକା ବିଶ୍ୱ ପ୍ରସିଦ୍ଧ କମ୍ପାନୀ ନିକଟରେ ଜୋତା ତିଆରିର ମାନ ନେଇ ପ୍ରଶ୍ନ ଉଠାଇଥିଲେ। ହିମା ବର୍ତ୍ତମାନ ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଆଇଏସ୍)ରେ ଅଛନ୍ତି। ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ଇନଷ୍ଟାଗ୍ରାମ୍ରେ ଚାଟିଂ ବେଳେ ଘଟଣାର ପରଦା ଉଠାଇଛନ୍ତି। ହିମା କହିଛନ୍ତି, ଦିନ ଥିଲା ମୁଁ ପ୍ରଥମେ ଖାଲିପାଦରେ ଦୌଡ଼ୁଥିଲି। ମୋ ବାପା ଜଣେ କୃଷକ। ମୁଁ ପ୍ରଥମେ ଯେତେବେଳେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଲି ବାପା ପ୍ରଥମେ ମୋ ପାଇଁ ହଳେ ରନିଂ ଜୋତା କିଣି ଆଣିଥିଲେ। ଏହା ସ୍ପାଇକ୍ଯୁକ୍ତ ଥିଲା। କିନ୍ତୁ ଏହା ଅତି ସାଧାରଣ ଜଣା ପଡ଼ୁଥିଲା। ହାତରେ ଏହି ଜୋତା ସହ ଏକ ଫଟୋ ଉଠାଇ ‘ଆଡିଡାସ’ ନିକଟକୁ ଏକ ଚିଠି ଲେଖିଲି। ଏହି ଜୋତା ପିନ୍ଧି ଦୌଡ଼ିଲେ ଫଳାଫଳ କ’ଣ ହେବ ବୋଧହୁଏ ତୁମକୁ ଜଣା ନାହିଁ ବୋଲି ହିମା ଉଲ୍ଲେଖ କରିଥିଲେ। ଆଡିଡାସ ବର୍ତ୍ତମାନ ମୋ ନାମରେ ଜୋତା ତିଆରି କରୁଛି ବୋଲି ଭାରତୀୟ ଆଥଲେଟ କହିଛନ୍ତି। ୨୦ ବର୍ଷୀୟା ହିମା ୨୦୧୮ରେ ଫିନ୍ଲାଣ୍ଡରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଚାମ୍ପିୟନଶିପ୍ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତିଥିଲେ। ଏହି ସଫଳତା ପାଇ ଜର୍ମାନୀର ଆଡିଡାସ କମ୍ପାନୀ ତାଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର କରିବା ସହ ତାଙ୍କ ପାଇଁ ଜୋତା ତିଆରି କରିଥିଲା। ଜୋତାର ଗୋଟିଏ ପାର୍ଶ୍ୱରେ ହିମାଙ୍କ ନାମ ଏବଂ ଅନ୍ୟପଟେ ‘କ୍ରିଏଟ୍ ହିଷ୍ଟ୍ରି’ ବୋଲି ପ୍ରିଣ୍ଟ ରହିଛି। ଇଣ୍ଡୋନେସିଆରେ ୨୦୧୮ରେ ଅନୁଷ୍ଠିତ ଏସିଆନ ଗେମ୍ସରେ ବ୍ୟକ୍ତିଗତ ୪୦୦ ମିଟରରେ ରୌପ୍ୟ ଏବଂ ମହିଳା ୪୦୦ ମିଟର ଏବଂ ମିକ୍ସଡ ୪୦୦ମିଟର ରେସ୍ରେ ସ୍ବର୍ଣ୍ଣ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ
ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍ଡିଟିଏଲ୍)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍ ଇନଭେଷ୍ଟିଗେଶନ…
“ଦୋସା ଇଡ୍ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…
ମୁଁ ୧୦୦ ପ୍ରତିଶତ ଫିଟ୍ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି
ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…
ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…
ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…
ମୁମ୍ୱାଇକୁ ହରାଇଲା ପଞ୍ଜାବ
ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ…
ଡି’ କକ୍ଙ୍କ ଅପରାଜିତ ଶତକ
ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ…
ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍ ଖେଳିବ ଇରାନ୍
ପ୍ୟାରିସ୍,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ରେ ଇରାନ୍ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…
IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା
ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…
Archives

