Categories: ଜାତୀୟ

ହିନ୍ଦୁ-ମୁସ୍‌ଲିମ ବିଭାଜନକାରୀଙ୍କୁ ଭୋଟ ଦିଅନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୪।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଯେଉଁମାନେ ହିନ୍ଦୁ-ମୁସଲମାନ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଭୋଟ ଦିଅନାହିଁ। ସେ ଦିଲ୍ଲୀର ‘ସର୍ବୋଦୟ ବାଲ ବିଦ୍ୟାଳୟ’ରେ ଅନୁଷ୍ଠିତ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ କେଜରିଓ୍ବାଲ ଏହା କହିଛନ୍ତି। ତାଙ୍କ ମତରେ ବିଦ୍ୟା ହେଉଛି ରାଜନୀତିର ଏକ ଅଙ୍ଗ। ତେଣୁ ସେହିମାନଙ୍କୁ ଭୋଟ ଦିଅ ଯେଉଁମାନେ ତୁମକୁ ବିଦ୍ୟା ଦେଇପାରିବେ। ଆଉ ଯେଉଁମାନେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି ସେମିତି ଲୋକଙ୍କୁ ଭୋଟ ଦିଅନ୍ତୁ ନାହିଁ। ହିନ୍ଦୁ-ମୁସଲମାନ ଓ ଖ୍ରୀଷ୍ଟିଆନ୍‌ ପିଲାମାନେ ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ପାଠ ପଢୁଛନ୍ତି ଏହା ଭଲ ରାଜନୀତି ବୋଲି କେଜରିଓ୍ବାଲ କହିଛନ୍ତି।

Share