ହିନ୍ଦୀ ହିଟ୍‌, ତାମିଲ ଫ୍ଲପ୍‌

ଥରେ ମନେପକାନ୍ତୁ ନା ସେହି ଶ୍ରୋତାଦୃତ ଗୀତ ‘ପ୍ୟାର କିୟା ତୋ ଡର୍‌ନା କ୍ୟା’କୁ। ୧୯୬୦ରେ ନିର୍ମିତ ବଲିଉଡ୍‌ର ବ୍ଲକବଷ୍ଟର ହିନ୍ଦୀ ସିନେମା ‘ମୁଗଲ-ଏ-ଆଜାମ’ରେ ଦୃଶ୍ୟାୟିତ ଏହି ଗୀତ ଏବେ ବି ମନରେ ଶିହରଣ ସୃଷ୍ଟି କରିଥାଏ। ତେବେ ଏହି ସିନେମାଟି ତିନୋଟି ଭାଷା-ହିନ୍ଦୀ, ତାମିଲ, ଇଂଲିଶ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଫିଲ୍ମଟି ତାମିଲ୍‌ରେ ଫ୍ଲପ୍‌ ହୋଇଥିବା ବେଳେ ହିନ୍ଦୀରେ ରେକର୍ଡ ସୃଷ୍ଟି କରିଥିଲା। ଅନ୍ୟପକ୍ଷରେ ଇଂଲିଶ୍‌ ଭାଷାରେ ନିର୍ମିତ ଫିଲ୍ମଟି ଆଶାନୁରୂପ ବିଜନେସ୍‌ କରିଥିଲା। କେ. ଆସିଫଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସିନେମାର ମୁଖ୍ୟ ଭୂମିକାରେ ପୃଥ୍ବୀରାଜ କପୁର, ଦିଲୀପ କୁମାର, ମଧୁବାଲା, ଦୁର୍ଗା ଖୋଟେ ଅଭିନୟ କରିଥିଲେ।

Share