ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ

ମୁମ୍ବାଇ: ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍‌ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ। ରଙ୍ଗମଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ କୁହନ୍ତି ଏବେ ମୁଁ ହିନ୍ଦୀ ପଢି ଲେଖି ପାରୁଛି ତା’ମାନେ ନୁହେଁ ଏହା ମୋର ଦୁର୍ବଳତା, ବରଂ ଏହା ମୋର ଶକ୍ତି ବୋଲି ସେ କହିଛନ୍ତି। ତାଙ୍କ ମାତୃଭାଷା ଭୋଜପୁରୀ ହୋଇଥିବା ବେଳେ ଏବେ ମନୋଜଙ୍କର କିନ୍ତୁ ହିନ୍ଦୀ ଭାଷା ଉପରେ ଭଲ ଜ୍ଞାନ ରହିଛି। ସେ କୁହନ୍ତି, ଏବେ ମୋ ଝିଅ ହିନ୍ଦୀ କହି ପାରୁନାହିଁ। କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଛି ସେ କେମିତି ହିନ୍ଦୀ କହୁ। ସେଥିପାଇଁ ସେ ସବୁବେଳେ ଝିଅ ସହ ହିନ୍ଦୀରେ କଥା ହୁଅନ୍ତି ବୋଲି ପ୍ରକାଶ କରିଛନ୍ତି।

Share