ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.):
୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି ଗରିବ୍‌ ଦୁଖି, ହକ୍‌ଦାର ହିତାଧିକାରୀ ବଛାନିଛାରେ ଗପଲତି ଲାଗି ଯୋଜନାର ଲାଭ ନାଇଁପାଏବାର। ସେନ୍‌ତା ଥିଲାବାଲା ଲୋକ୍‌ ଧରାକରା, ଲଁାଚ୍‌ଖୁଁଚ୍‌ ଦେଇ ଯୋଜନାର ଲାଭ ହାତଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ହୀରାପୁର ପଁଚେତ୍‌ ସଦର ଗଁାରେ।
ସୂଚନା ଅନ୍‌ସାରେ ହୀରାପୁର ଗଁାର ଧନ ସାହୁ। ପରିବାର କହେଲେ ମାଏକିନା ଆର ୨ ପୁଓକେ ନେଇ ତାକର ସଁସାର। ଧନ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ନଁା’କେ ଝନେ ଚାଷୀ। ସେ କୁଲି ମଜୁରି କରି ଯାହା କମଉଛନ୍‌ ସେଥ୍‌ରେ ୪ ପରାନୀ କୁଟୁମ ଚଲୁଛନ୍‌। ପଁଚେତ୍‌ରୁ ଘର ଖଁଡ଼େ ମିଲବା ବଲି ସୁନି ପରିବାରର ଖୁସିର ଠିକାନା ନାଇଁଥାଇ। ହେଲେ ତାଲିକାରେ ଥିଲାବାଲା ଲୁକ୍‌କୁ କାର୍ଯ୍ୟାଦେଶ ମିଲିଥିଲାବେଲେ ଧନ ଉପେକ୍ଷିତ ହେଇଥିବାର ଅଭିଯୋଗ କରିଛନ୍‌। ଇ ଘଟନାକେ ନେଇ ଗଁାରେ ଅସନ୍‌ତୋଷ ପରକାଶ ପାଇଛେ। ଘଟନା ବାବ୍‌ଦେ ମତାମତ ନେବାର ଲାଗି ପିଇଓ ଲୋକନାଥ ନାଏକକଁର ମୋବାଇଲ ନଂ.୯୪୮୦୦୧୧୬୧ରେ ଯୋଗାଯୋଗ କରାଯାଇଥିଲା। ହେଲେ ମୋବାଇଲ ସ୍ବିଚ୍‌ଅଫ୍‌ ଥିବାରଲାଗି ତାକର ମତାମତ ନାଇଁ ମିଲିପାରି। ଜିଲା ପରଶାନ ପଁଚେତ୍‌ରେ ହେଉଥିବାର ହିତାଧିକାରୀ ଚୟନ ଉପରେ ତଦଁତ୍‌ କରି ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।