Posted inଖେଳ

ହିଟ୍‌ଲରଙ୍କ ଶାସନରେ ଆରମ୍ଭ ହୋଇଥିଲା ଅଲିମ୍ପିକ୍‌ ମଶାଲ ରିଲେ

ଟୋକିଓ, ୧୯।୩(ଏପି)- ବିଶ୍ୱ କ୍ରୀଡ଼ା ସର୍ବଶ୍ରେଷ୍ଠ ମହାକୁମ୍ଭ ଅଲିମ୍ପିକ୍ସ ସହିତ ମଶାଲ ରିଲେ ପାରମ୍ପରିକ ଭାବେ ଯୋଡିହୋଇ ଆସିଛି। ତେବେ ଆଧୁନିକ ଅଲିମ୍ପିକ୍ସ ସହିତ ଏହା ପୂର୍ବରୁ ସାମିଲ ନ ଥିଲା। ଏକଥା ବହୁତ କମ୍‌ ଲୋକ ଜାଣିଥିବେ। ଜର୍ମାନୀରେ ଆଡଲ୍‌ଫ ହିଟଲରଙ୍କ ଶାସନ କାଳରେ ବର୍ଲିନ ଅଲିମ୍ପିକ୍ସରେ ମଶାଲ ରିଲେ ଆରମ୍ଭ ହୋଇଥିଲା। ୧୯୩୬ ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ସର ଏହି ଏକାଦଶ ସଂସ୍କରଣରେ ମଶାଲ ରିଲେ ପ୍ରଥମ କରି ଆରମ୍ଭ କରାଯାଇଥିଲା। ଏହି ନୂଆ ପରମ୍ପରା ଆୟୋଜକ କମିଟି ଅଧ୍ୟକ୍ଷ କାର୍ଲ ଡିମ୍‌ଙ୍କର ମାନସ ସନ୍ତାନ ଥିଲା।
ଆଗାମୀ ଟୋକିଓ ଅଲିମ୍ପିକ୍ସ ମଶାଲ ରିଲେ ଜାପାନରେ ଆସନ୍ତା ୨୬ ତାରିଖରେ ଉତ୍ତରପୂର୍ବାଞ୍ଚଳ ଫୁକୁସିମାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ୨୦୦୪ ରେ ଟୋନୀ ପେରୋଟେଟ ତାଙ୍କ ପ୍ରକାଶିତ ବହି ‘ଦି ନ୍ୟାକେଡ ଅଲିମ୍ପିକ୍ସ’ ହିଟ୍‌ଲରଙ୍କ ଶାସନ କାଳରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ପ୍ରଶଂସା କରିଛନ୍ତି। ଏବେ ଅବଶ୍ୟ ଏହା ଅଲିମ୍ପିକ୍ସ ପାଇଁ ଏକ ଅଳଙ୍କାର ସଦୃଶ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ସେତେବେଳେ ଗ୍ରୀସ୍‌ରୁ ଜର୍ମାନୀକୁ ମଶାଲ ଆସିଥିଲା ଓ ଏଥିପାଇଁ ୧୨ ଦିନ ସମୟ ଲାଗିଥିଲା। ବର୍ଲିନ ଷ୍ଟାଡିୟମରେ ଏହାର ଚମକ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ମାଲାରେ ଜର୍ମାନୀ ଆମର୍‌ସ ମାନୁଫାକଚରର ବା ଅସ୍ତ୍ର ଉତ୍ପାଦନକାରୀ କମ୍ପାନୀ କ୍ରୁପ୍‌ର ଲୋଗ ରହୁଥିଲା। ୧୯୩୬ ଜୁଲାଇ ୨୦ ତାରିଖରେ ଗ୍ରୀକ୍‌ ଆଥଲେଟ କନଷ୍ଟାଣ୍ଟିନ କୋଣ୍ଡିଲିସ୍‌ ପ୍ରଥମେ ମଶାଲ ପ୍ରଜ୍ୱଳନ କରିଥିଲେ। ଏହାପରେ ଏହି ମଶାଲ ଗ୍ରୀସ୍‌, ବୁଲଗେରିଆ, ୟୁଗୋସ୍ଲୋଭିଆ, ହଙ୍ଗେରୀ, ଅଷ୍ଟ୍ରିଆ, ଚେକୋସ୍ଲୋଭାକିଆ ଦେଇ ଶେଷରେ ଜର୍ମାନୀରେ ପହଞ୍ଚିଥିଲା। ପ୍ରତ୍ୟେକ ଧାବକ ମଶାଲ ଧରି .୬୨ କିଲୋମିଟର ଦୌଡ଼ିଥିଲେ।
ସେତେବେଳ ହିଟ୍‌ଲର ଗ୍ରୀକ୍‌ ଦେବ ଓ ଦେବୀଙ୍କ ଚିତ୍ରକୁ ପ୍ରଶଂସା କରିଥିଲେ। ପରୋକ୍ଷରେ ଅଲିମ୍ପିକ୍ସ ମାଧ୍ୟମରେ ସେ ଜର୍ମାନୀର ଆଧିପତ୍ୟ, ସ୍ବୟଂ ସମ୍ପୂର୍ଣ୍ଣତାକୁ ପ୍ରଚାର ଓ ପ୍ରସାର କରିବାକୁ ଚାହିଁଥିଲେ। ମଶାଲ ରିଲେର ପ୍ରତ୍ୟେକ ସୋପାନ, ପଥ, ପୁରାତନ ଗ୍ରୀକ୍‌ ସଭ୍ୟତାର ଆଥଲେଟଙ୍କ ପ୍ରଚାର ଓ ପ୍ରସାର ସୁଚିନ୍ତିତ ଭାବେ କରାଯାଇଥିଲା। ତେବେ ଅଲିମ୍ପିକ ଜ୍ୟୋତି ପ୍ରଜ୍ୱଳନ ପ୍ରଥମେ ୨୯୧୮ ଆମଷ୍ଟରଡାମ ଗେମ୍ସରେ ଆରମ୍ଭ ହୋଇଥିଲା। ଏହା ପରେ ପୁଣି ୧୯୩୨ ଲସ୍‌ ଏଞ୍ଜେଲ୍ସରେ ପ୍ରଜ୍ୱଳିତ ହୋଇଥିଲା।
ତେବେ ୧୯୨୮ ଓ ୧୯୩୨ ଜ୍ୟୋତି ବାବଦରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହା ଅଲିମ୍ପିଆ ବଦଳରେ ଘଟଣାସ୍ଥଳ ବା ଷ୍ଟାଡିୟମରେ ପ୍ରଜ୍ୱଳିତ ହୋଇଥିଲା ବୋଲି ଇଣ୍ଟରନ୍ୟାଶନାଲ ସୋସାଇଟି ଅଫ୍‌ ଅଲିମ୍ପିକ୍‌ ହିଷ୍ଟୋରିଆନ୍ସ ପୂର୍ବତନ ଅଧ୍ୟକ୍ଷ ବିଲ୍‌ ମାଲୋନ ଇମେଲ କରି ଜଣାଇଛନ୍ତି। ୧୯୩୬ ପର୍ଯ୍ୟନ୍ତ ମଶାଲ ରିଲେ ଆୟୋଜିତ ହୋଇ ନ ଥିଲା। ତେବେ ଏହାପରଠାରୁ ମଶାଲ ରିଲେ ନିୟମିତ ଭାବେ ଆୟୋଜନ ହୋଇ ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲିମ୍ପିକ୍ସ ଆୟୋଜନ ହୋଇ ନ ଥିଲା। ଫଳରେ ଟୋକିଓରେ ଆୟୋଜିତ ହେବାକୁ ଥିବା ୧୯୪୦ ଅଲିମ୍ପିକ୍ସ ଗେମ୍ସ ବାତିଲ ହୋଇଥିଲ। ତେବେ ୧୯୪୮ରେ ପୁଣି ଥରେ ଅଲିମ୍ପିକ୍ସ ଆରମ୍ଭ ହୋଇଥିଲା ଓ ଏହାପରେ ମଶାଲ ରାଲିରେ ଆଧୁନିକତା ଆସିବା ସହ ଆହୁରି ଆକର୍ଷଣୀୟ ହୋଇଥିଲା।
ଗ୍ରୀଷ୍ମ ଅଲିମ୍ପିକ ଜ୍ୟୋତି ସବୁବେଳେ ପୁରାତନ ଅଲିମ୍ପିଆରେ ପ୍ରଥମେ ପ୍ରଜ୍ୱଳିତ ହୋଇଥାଏ। କିନ୍ତୁ ଶୀତକାଳୀନ ଅଲିମ୍ପିକ୍ସ ଅଲିମ୍ପିକ୍ସର ମଶାଲ ଏଠାରେ ପ୍ରଜ୍ୱଳିତ ହୋଇ ନ ଥାଏ। ୧୯୫୨ ଓ ୧୯୬୦ ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ମୋର୍ଗେଡାଲରେ ପ୍ରଜ୍ୱଳିତ ହୋଇଥିଲା। ୧୯୫୬ ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ରୋମରେ ପ୍ରଜ୍ୱଳିତ ହୋଇଥିଲା। ଶୀତକାଳୀନ ଅଲିମ୍ପିକ୍ସର ଜ୍ୟୋତି ପ୍ରଜ୍ୱଳନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥିଲା।
୧୯୮୪ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ମଶାଲ ରିଲେ ବ୍ୟବସାୟୀକରଣ ହୋଇଥିଲା। ରିଲେ ପ୍ରାୟୋଜକ ଏଟି ଆଣ୍ଡ ଟି କିଲୋମିଟର ଲେଗ୍‌ ବା ଦୂରତାକୁ ବିକ୍ରି କରିଥିଲା। ମଶାଲ ସହ ଲୋକମାନଙ୍କୁ ଦୌଡ଼ିବା ପାଇଁ ସୁଯୋଗ ମିଳିଥିଲା। ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ କୋକା- କୋଲା ପ୍ରାୟୋଜକ ଥିଲା। ଏଥିରେ ଗ୍ରୀସ୍‌ ଅସନ୍ତୋଷ ଜାହିର କରିଥିଲା। ୨୦୦୮ ବେଜିଂ ଅଲିମ୍ପିକ୍ସରେ ମଧ୍ୟ ସମସ୍ୟା ଦେଖା ଦେଇଥିଲା। ତେଣୁ ମଶାଲ ରିଲେରେ ଏବେ ଗ୍ଲାମର ଦେଖିବାକୁ ମିଳୁଛି। କିନ୍ତୁ ବିଭିନ୍ନ ସମୟରେ ଏହି ରାଲିରେ ବିବାଦ ସହିତ ବହୁତ କିଛି ସକାରାତ୍ମକ ସନ୍ଦେଶ ମଧ୍ୟ ମିଳୁଛି। ମଶାଲ ରାଲି ବେଶି ପୁରୁଣା ହୋଇ ନ ଥିଲେ ମଧ୍ୟ ଏବେ ଏହା ଅଲିମ୍ପିକ୍ସ ପାଇଁ ଅପରିହାର୍ଯ୍ୟ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri