ହିଜ୍‌ବୁଲ ମୁଖ୍ୟଙ୍କୁ ପାକ୍‌ରେ ଆକ୍ରମଣ

ଇସ୍‌ଲାମାବାଦ,୩୦।୫: ପାକିସ୍ତାନରେ ହିଜ୍‌ବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ଉପରେ ଆକ୍ରମଣ କରାଯାଇଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ପାକିସ୍ତାନ ଆଇଏସ୍‌ଆଇର ଯୋଜନା କ୍ରମେ ୨୫ ତାରିଖରେ ସଲାହୁଦ୍ଦିନଙ୍କ ଉପରେ ଆକ୍ରମଣ କରାଯାଇଛି। ସଲାହୁଦ୍ଦିନଙ୍କୁ ଜୀବନରେ ମାରିବା ଲାଗି ନୁହେଁ ବରଂ ତାଙ୍କୁ ଏକ ବାର୍ତ୍ତା ଦେବା ଲାଗି ଏଭଳି କରାଯାଇଛି। ପାକ୍‌ ଦ୍ୱାରା ପରିଚାଳିତ ମିଳିତ ଜିହାଦ ପରିଷଦ(ୟୁଜେସି)ର ନେତୃତ୍ୱ ନେଇଆସୁଥିବା ସଲାହୁଦ୍ଦିନ ସମର୍ଥନ ନ ପାଇ ଆଇଏସ୍‌ଆଇ ଉପରେ ଖପ୍ପା ଥିଲେ। ହିଜ୍‌ବୁଲ କ୍ୟାଡର ଅସ୍ତ୍ରଶସ୍ତ୍ର ଓ ଉପଯୁକ୍ତ ପ୍ରଶିକ୍ଷଣରୁ ବଞ୍ଚିତ ହେଉଥିଲେ। ଦକ୍ଷିଣ କଶ୍ମୀରରେ ଭାରତୀୟ ସେନା ଦ୍ୱାରା ହିଜ୍‌ବୁଲ ମୁଖ୍ୟ ରିଆଜ୍‌ ନାଇକୋ ନିହତ ହେବା ପରେ ସଲାହୁଦ୍ଦିନ ଆଇଏସ୍‌ଆଇ କାର୍ଯ୍ୟକଳାପକୁ ସମାଲୋଚନା କରିଆସୁଥିଲେ।

Share