Categories: ଖେଳ

ହିଜାବ ପରିହିତା ଫୁଟ୍‌ବଲରଙ୍କୁ ସାହାଯ୍ୟ କଲେ ପ୍ରତିପକ୍ଷ ଖେଳାଳି

ପ୍ୟାରିସ,୨୦।୧୦- ନିକଟରେ ଏକ ମହିଳା ଫୁଟବଲ ମ୍ୟାଚ୍‌ରେ ଘଟିଥିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଧୁ ପାଲଟିଛି। ଜୋର୍ଡାନର ଶାବାବ ଅଲ ଓର୍ଡନ କ୍ଲବ ଓ ଆରବ ଅର୍ଥଡକ୍ସ କ୍ଲବ ମଧ୍ୟରେ ଓ୍ବାଫ ମହିଳା କ୍ଲବ ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ରେ ଗୋଟିଏ ଦଳର ମହିଳାମାନେ ହିଜାବ ପରିଧାନ କରି ଖେଳୁଥିଲେ। ପ୍ରତିପକ୍ଷ ଖେଳାଳିଙ୍କ ଟ୍ୟାକେଲରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବାବେଳେ ଜଣେ ଖେଳାଳିଙ୍କ ହିଜାବ ଖସି ଯାଇଥିଲା। ଏହାପରେ ଯାହା ପ୍ରତିପକ୍ଷ ଦଳର ଖେଳାଳିମାନେ କଲେ, ତାହା ସଭିଙ୍କ ହୃଦୟ ଜିତିନେଇଥିଲା। ଉକ୍ତ ଖେଳାଳିଙ୍କ ନିକଟରେ ଥିବା ସମସ୍ତ ଖେଳାଳିମାନେ ତାଙ୍କୁ ଘେରି ରଖି ହିଜାବ ଠିକ୍‌ କରିବାକୁ ସମୟ ଦେଇଥିଲେ। ପ୍ରତିପକ୍ଷ ଖେଳାଳିଙ୍କୁ ସମ୍ନାନ ପ୍ରଦର୍ଶନ ଓ କ୍ରୀଡ଼ାବିତ୍‌ ମନୋଭାବକୁ ଷ୍ଟାଡିୟମ ଉପସ୍ଥିତ ଦର୍ଶକ ଖୁସି ପ୍ରକଟ କରିଥିଲେ। ଶାବାବ ଅଲ ଓର୍ଡାନ କ୍ଲବ ଟୁର୍ନାମେଣ୍ଟ ଜିତିଥିଲା। ହେଲେ ତାଙ୍କର ପ୍ରତିପକ୍ଷ ଦଳକୁ ସହାୟତା କରିବାର ମନୋଭାବ ଯୋଗୁ ଇଣ୍ଟରନେଟ୍‌ରେ ସଭିଙ୍କ ହୃଦୟ ଜିତୁଛି।

Share