ହିଙ୍ଗୁଳା ମନ୍ଦିରରୁ ଚୋରି: ତାଲା ଭାଙ୍ଗି ହୁଣ୍ଡିବାକ୍ସରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ

ବଅଁରପାଳ,୧୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦଠାରେ ଥିବା ହିଙ୍ଗୁଳା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସରୁ ଚୋରି କରିଥିବା ନେଇ ସକାଳେ ପୂଜାରୀ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।