ହିଂସ୍ର ହେଉଛି ହଂକଂ

ହଂକଂ,୩୧ା୮(ଆଇଏଏନ୍‌ଏସ୍‌): ହଂକଂରେ ବେଆଇନ ଭାବେ ଶୋଭାଯାତ୍ରା କରିବା ଅଭିଯୋଗରେ ଡେମୋସିଷ୍ଟୋ ପାର୍ଟି ନେତା ଜୋଶୁଆ ଓ୍ବୋଙ୍ଗ୍‌ଙ୍କ ସମେତ ଗଣତନ୍ତ୍ର ସପକ୍ଷବାଦୀ ୩ ନେତାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ୨୩ ବର୍ଷୀୟ ଓ୍ବୋଙ୍ଗ୍‌ ହେଉଛନ୍ତି ୨୦୧୪ ଅମ୍ବ୍ରେଲା ରିଭୋଲ୍ୟୁଶନ୍‌ର ନେତୃତ୍ୱ ନେଇଥିବା ଅନ୍ୟତମ ପ୍ରମୁଖ ନେତା। ତାଙ୍କ ସହ ସରକାର ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା ତଥା ଗଣତନ୍ତ୍ର ସପକ୍ଷବାଦୀ ଅଗ୍‌ନେସ୍‌ ଚୋ ଏବଂ ହଂକଂ ନ୍ୟାଶନାଲ ପାର୍ଟି ପ୍ରତିଷ୍ଠାତା ଆଣ୍ଡି ଚାନ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ହଂକଂରେ ଏକ ବିଶାଳ ବିକ୍ଷୋଭର ଆୟୋଜନ କରାଯିବାକୁ ଥିବାବେଳେ ପୋଲିସ ଏହା ଉପରେ ରୋକ ଲଗାଇ ସେମାନଙ୍କୁ ହାଜତକୁ ନେଇଛି। ଜୁନ୍‌ ୨୧ରେ ପୋଲିସ ମୁଖ୍ୟାଳୟକୁ ୧୫ ଘଣ୍ଟା ବେଆଇନ ଭାବେ କବ୍‌ଜା କରିବା ଓ ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଓ୍ବୋଙ୍ଗ୍‌ଙ୍କୁ ଧରାଯାଇଥିବାବେଳେ କେତେକ ସ୍ଥାନରେ ସଭା ଆୟୋଜନ କରିବା ଅଭିଯୋଗରେ ଚୋ’ଙ୍କୁ ଗିରଫ କରାଯାଇଛି। ସ୍ବାଧୀନତା ପ୍ରଚାରକ ଚାନ୍‌ଙ୍କୁ ବିକ୍ଷୋଭ ବେଳେ ଦଙ୍ଗା ଭିଆଇବା ଓ ପୋଲିସକୁ ଆକ୍ରମଣ କରିବା ସନ୍ଦେହରେ ଗରିଫ କରାଯାଇଛି। ହଂକଂ ବିମାନବନ୍ଦରରୁ ଟୋକିଓକୁ ଯିବା ପାଇଁ ବିମାନରେ ଚଢ଼ିବା ପୂର୍ବରୁ ତାଙ୍କୁ ଧରାଯାଇଛି। ବିକ୍ଷୋଭକାରଙ୍କ ଗିରଫଦାରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ ପରେ ଏମାନଙ୍କୁ ଜାମିନରେ ଛାଡ଼ିଦିଆଯାଇଛି।
ଅଗଷ୍ଟ ୩୧ରେ ହଂକଂର ଗଣତାନ୍ତ୍ରିକ ସଂସ୍କାର ଉପରେ ବେଜିଂ କଠୋର ‘୮୩୧ ନିଷ୍ପତ୍ତି’ ନେଇଥିଲା। ଶନିବାର ଏହାର ପଞ୍ଚମ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ପାଇଁ ସିଭିଲ ହ୍ୟୁମାନ୍‌ ରାଇଟ୍ସ ଫ୍ରଣ୍ଟ ପକ୍ଷରୁ ଯୋଜନା କରାଯାଇଥିଲା। ଜୁନ୍‌ରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପଛରେ ଏହି ସାମ୍ମୁଖ୍ୟ ନେତୃତ୍ୱ ନେଉଥିବାରୁ ସେବେଠୁ ଅଦ୍ୟାବଧି ୯୦୦ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି। ଏହାର ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ପୋଲିସ ଲୁହବୁହା ବାଷ୍ପ ଓ ରବର ବୁଲେଟ୍‌ ବ୍ୟବହାର କରୁଥିବାବେଳେ ବିକ୍ଷୋଭକାରୀମାନେ ସୁରକ୍ଷା ବଳ ଉପରକୁ ଇଟାପଥର ମାଡ଼ କରି ବୋମା ଫିଙ୍ଗିବାରେ ଲାଗିଛନ୍ତି।

ପ୍ରହାର ବେଳେ ପ୍ରେମ


ତୁହାକୁ ତୁହା ପୋଲିସର ଲୁହବୁହା ବାଷ୍ପ ଆଉ ଏଥିରୁ ରକ୍ଷା ପାଇବା ପାଇଁ ଆବି ଓ ନିକ୍‌ଙ୍କ ମୁହଁରେ ରହିଥିଲା ମୁଖା। ପୋଲିସ ଦମନଲୀଳା ଚଳାଇଥିବାବେଳେ ତା’ ଭିତରେ ପ୍ରେମ କରିବା ପାଇଁ ସମୟ ବାହାର କରିଥିଲେ ହଂକଂର ଏହି ପ୍ରେମୀ ଯୁଗଳ। ଗତ ଜୁନ୍‌ରେ ଚାଇନାର ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଏକ ବିତର୍କ ବେଳେ ପରସ୍ପରକୁ ଭେଟିଥିଲେ ୨୦ ବର୍ଷୀୟ ନିକ୍‌ ଓ ତାଙ୍କଠାରୁ ବର୍ଷେ ସାନ ଆବି। ସେବେଠୁ ଏହି ଦୁଇ ଗଣତନ୍ତ୍ର ସପକ୍ଷବାଦୀ ଛାତ୍ରନେତା ଅନେକଥର ବିକ୍ଷୋଭ ଶୋଭାଯାତ୍ରରେ ସାମିଲ ହେଲେଣି। ବିକ୍ଷୋଭ ବେଳେ ପୋଲିସର ପ୍ରହାରକୁ ଖାତିର ନ କରି ଦୁହେଁ ଦୁହିଁକୁ ଭେଟି କିଛି ସମୟ ରୋମାନ୍ସ କରନ୍ତି, ଯେମିତି ଶୁକ୍ରବାର କରିଛନ୍ତି।

ଆନ୍ଦୋଳନର ପୃଷ୍ଠଭୂମି
ଚାଇନାର ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ହଂକଂରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ଅଣାୟତ୍ତ। ଆପରାଧିକ ସନ୍ଦିଗ୍ଧମାନଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପଠାଯିବା ପାଇଁ ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଥିଲା, ଯାହାକୁ ଜୁନ୍‌ରେ ହଂକଂବାସୀ ବିରୋଧ କରିଥିଲେ। ବିକ୍ଷୋଭ ଯୋଗୁ ଏହାକୁ ସାମୟିକ ସ୍ଥଗିତ କରାଯାଇଥିଲେ ହେଁ କୁହୁଳୁଥିବା ଧୂଆଁ କ୍ରମଶଃ ସରକାର ବିରୋଧୀ ଆନ୍ଦୋଳନର ରୂପ ନେଇସାରିଥିଲା। ଜୁଲାଇରେ ଆନ୍ଦୋଳନକାରୀମାନେ ପାର୍ଲାମେଣ୍ଟରେ ଧସେଇ ପଶି ଏହାର କିଛି ଅଂଶକୁ ଭାଙ୍ଗି ଦେଇଥିଲେ। ବେଜିଂ ଏହାକୁ ଆତଙ୍କବାଦ ସହ ତୁଳନା କରି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ ଚଳାଇଛି। ଏଥିଯୋଗୁ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହିଂସାର ରୂପ ନେଇଛି। ସଂଘର୍ଷରେ ଉଭୟ ପକ୍ଷର ଅନେକେ ଆହତ ହେଲେଣି। ଆନ୍ଦୋଳନକୁ ଚପାଇଦେବା ପାଇଁ ଚାଇନା ସେନାକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ ହଂକଂରେ ସାମରିକ ବଳର ଉପସ୍ଥିତିକୁ ବେଜିଂ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବରୁ ବ୍ରିଟିଶ୍‌ ଉପନିବେଶ ଥିବା ହଂକଂର ସ୍ବାୟତ୍ତତା ପାଇଁ ସଙ୍କଟ ସୃଷ୍ଟି ହୋଇଥିବାରୁ ଏହି ସହର ନ୍ୟାୟିକ ସ୍ବାଧୀନତା ହରାଇପାରେ ବୋଲି ଆଶଙ୍କା କରାଯାଉଛି।

ସ୍ଥିତି ଅବସ୍ଥିତି
ହଂକଂ ବ୍ରିଟେନର ଏକ କଲୋନି ବା ଉପନିବେଶ ଥିଲା। ବ୍ରିଟେନ ୧୯୯୭ରେ ଏହାକୁ ଚାଇନାକୁ ହସ୍ତାନ୍ତର କରିଥିଲା। ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସ୍ବାୟତ୍ତତା ପ୍ରଦାନକାରୀ ‘ଏକ ରାଷ୍ଟ୍ର, ଦୁଇ ବ୍ୟବସ୍ଥା’ ଚୁକ୍ତି ଅନୁସାରେ ହଂକଂ ପରିଚାଳିତ। ହଂକଂର ନିଜସ୍ବ ନ୍ୟାୟପାଳିକା ଓ ଚାଇନାଠାରୁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ରହିଛି। ମୂଳ ଆଇନ ଅନୁସାରେ ହଂକଂବାସୀଙ୍କ ସଭା କରିବା ଓ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ରହିଛି, ଯାହାର ଅବଧି ୨୦୪୭ରେ ଶେଷ ହୋଇଯିବ। ସେତେବେଳେ ହଂକଂର ଷ୍ଟାଟସ୍‌ (ସ୍ଥିତି) କ’ଣ ହେବ ସେନେଇ କିଛି ସ୍ପଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri