Categories: ଜାତୀୟ

ହିଂସାରେ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଥମିଛି। ହେଲେ ଏବେ ବି ଲୋକଙ୍କ ମନରୁ ଭୟ ଦୂରେଇନାହିଁ। ଏହି ହିଂସାକାଣ୍ଡରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ଆହୁରି ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ହିଂସାକାଣ୍ଡ ଘଟିଥିବା ବିଭିନ୍ନ ସ୍ଥାନଗୁଡ଼ିକରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ମାର୍ଚ୍ଚ ଫାଷ୍ଟ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରାଯାଉଛି। ଇତିମଧ୍ୟରେ ଶୁକ୍ରବାର ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଛନ୍ତି। ଜାଫରାବାଦ ଓ ମୌଜପୁର ଗସ୍ତ କରି ସେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛନ୍ତି। ସେଠାରେ ସେ ଲୋକଙ୍କ ସହିତ ଆଲୋଚନା କରି ପୀଡିତଙ୍କୁ ଆଶ୍ୱାସନା ଦେଇଛନ୍ତି।

Share