ହାୱା ନ ଥିଲା, ଅସନ୍ତୋଷ ଥିଲା

ସୌଭାଗ୍ୟ ସୁନ୍ଦରରାୟ

୨୦୦୯ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ସରକାରର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ କହିଥିଲେ, ମିଳିତ ସରକାରରେ ସାଲିସ ଅପରିହାର୍ଯ୍ୟ। ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି ଭାରତୀୟ ଜନତା ପାର୍ଟି (ଭାଜପା) ଆକ୍ଷେପର ଉତ୍ତର ଦେବାକୁ ଯାଇ ସେ ଏହା କହିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ନରେନ୍ଦ୍ର ମୋଦିଙ୍କୁ ସମଦଶା ଭୋଗ କରିବା ସ୍ପଷ୍ଟ ହୋଇଯାଇଛି। ଚଳିତ ନିର୍ବାଚନରେ ଭାଜପା ସ୍ପଷ୍ଟ ବହୁମତ ପାଇପାରି ନାହିଁ। ଗତ ନିର୍ବାଚନରେ ଦଳ ୩୦୩ ଆସନରେ ବିଜୟୀ ହୋଇଥିବାବେଳେ ଚଳିତଥର ମ୍ୟାଜିକ ସଂଖ୍ୟା ୨୭୨ ଛୁଇଁପାରି ନାହିଁ। ଦଳକୁ ୨୪୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ଦଳ ବେଶ୍‌ ଭଲ ସଫଳତା ଲାଭ କରି ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି କରିପାରିଛି। ତେବେ ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନ ଧାରାକୁ ଏକ ବ୍ୟତିକ୍ରମ ଭାବେ ଦେଖାଯାଇପାରେ। ସାଧାରଣତଃ ବିଭିନ୍ନ ନିର୍ବାଚନରେ କିଛି ପ୍ରସଙ୍ଗ ନିର୍ବାଚନୀ ହାୱାରେ ପରିଣତ ହୋଇଥାଏ, ଯାହା ଭୋଟରଙ୍କୁ ପ୍ରଭାବିତ କରିଥାଏ। କିନ୍ତୁ ଚଳିତ ନିର୍ବାଚନରେ ଭୋଟର ପ୍ରଭାବିତ ହେବା ଭଳି ନିର୍ବାଚନୀ ହାୱା ଥିବା ପରିଲକ୍ଷିତ ହୋଇନଥିଲା। ତେବେ କିଛି ପ୍ରସଙ୍ଗ ଥିଲା। ଏହି ପ୍ରସଙ୍ଗ ରାଜନୈତିକ ଦଳଗୁଡ଼ିକର ପ୍ରଚାରରେ ଭୋଟରଙ୍କ ମନରେ ସେଭଳି ଉତ୍ସାହ ଉଦ୍ରେକ କରିପାରିନଥିବା ଦେଖାଯାଇଥିଲା।
ନିର୍ବାଚନୀ ହାୱା ସମ୍ପର୍କରେ ଆଲୋଚନା କଲେ ଦେଖିବା ୨୦୧୯ ନିର୍ବାଚନ ପ୍ରଚାରରେ ଭାଜପାର ‘ଘୁସ୍‌ କର ମାରୁଗାଁ’ ବକ୍ତବ୍ୟରେ ଯୁବ ଭୋଟର ଅଧିକାଂଶରେ ପ୍ରଭାବିତ ହୋଇଥିଲେ। ଭାରତୀୟ ବାୟୁସେନାର ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ଦ୍ୱାରା ପାକିସ୍ତାନ ମାଟିରେ ସନ୍ତ୍ରାସବାଦୀ ଶିବିର ଧ୍ୱଂସ କରାଯିବା ଘଟଣା ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ନିର୍ବାଚନୀ ପ୍ରସଙ୍ଗ ହୋଇଥିଲା ଓ ଭୋଟର ପ୍ରଭାବିତ ହୋଇଥିଲେ। ଏହାଦ୍ୱାରା ଦେଶ ଭକ୍ତିର ହାୱା ନିର୍ବାଚନ ପ୍ରଚାରରେ ପ୍ରବାହିତ ହୋଇଥିଲା। ଫଳରେ ଭାଜପା ସପକ୍ଷରେ ଜନସାଧାରଣ ଭୋଟ ଦେଇଥିଲେ। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ କଳାଧନ ପ୍ରସଙ୍ଗ ଭୋଟରଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା। କଂଗ୍ରେସ ସରକାର ଅମଳରେ ବିଦେଶରେ ଗଚ୍ଛିତ ଥିବା କଳାଧନ ଦେଶକୁ ଫେରାଇ ଅଣାଯାଇ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯିବା ନିର୍ବାଚନ ପ୍ରଚାରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲା। ଏଥିରେ ପ୍ରଭାବିତ ହୋଇ ଜନସାଧାରଣ ଭାଜପାକୁ କ୍ଷମତାସୀନ କରାଇଥିଲେ। ଏହି ପ୍ରସଙ୍ଗ ପୂରଣ ହୋଇନଥିଲେ ମଧ୍ୟ ପରବର୍ତ୍ତୀ ନିର୍ବାଚନରେ ଦେଶଭକ୍ତିର ଭାବନା ପରି ଏକ ଭିନ୍ନ ପ୍ରସଙ୍ଗ ଦ୍ୱାରା ଜନସାଧାରଣ ଆକୃଷ୍ଟ ହୋଇ ପାରିଥିଲେ। ଅତୀତରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନିର୍ବାଚନୀ ହାୱାରେ ରୂପାନ୍ତରିତ ହୋଇ ଭୋଟରଙ୍କୁ ପ୍ରଭାବିତ କରିଥିବା ଦେଖାଯାଇଛି।
୧୯୭୭ ନିର୍ବାଚନୀ ହାୱା ଥିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ବିରୋଧରେ। ଜରୁରୀ ପରିସ୍ଥିତିରେ ବହୁ ନେତାଙ୍କୁ ଜେଲରେ ରଖାଗଲା ଓ ଜନସାଧାରଣଙ୍କ ବାକ୍‌ ସ୍ବାଧୀନତା ସଙ୍କୁଚିତ କରିଦିଆଗଲା। ଏହାକୁ ୧୯୭୭ ନିର୍ବାଚନରେ ବିରୋଧୀ ଦଳ ନିର୍ବାଚନୀ ହାୱାରେ ପରିଣତ କରିପାରିଥିଲେ। ଫଳରେ ଜନମତ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିରୋଧରେ ଗଲା। ବିରୋଧୀ ଦଳ ସରକାର ଗଢ଼ିଲେ। ୧୯୭୭-୭୯ ମଧ୍ୟରେ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ମୋରାରଜୀ ଦେଶାଇ ଓ ପରେ ଚୌଧୁରୀ ଚରଣ ସିଂହ କ୍ଷମତାସୀନ ହେଲେ। କିନ୍ତୁ ସରକାର ତିଷ୍ଠି ପାରିଲା ନାହିଁ। ଫଳରେ ପରବର୍ତ୍ତୀ ନିର୍ବାଚନ ୧୯୮୦ରେ କରାଇବାକୁ ପଡ଼ିଥିଲା। ଏହି ନିର୍ବାଚନରେ ବିରୋଧୀଙ୍କ ବିରୋଧରେ ସରକାର ଚଳାଇବାର ଅପାରଗତାକୁ କଂଗ୍ରେସ ନିର୍ବାଚନୀ ପ୍ରସଙ୍ଗ କରିଥିଲା, ଯାହାକୁ ବିରୋଧୀ ପ୍ରତିହତ କରିପାରି ନଥିଲେ। ଏହି ହାୱା କଂଗ୍ରେସ ସପକ୍ଷରେ ଯାଇଥିଲା। ୧୯୮୪ ଅଷ୍ଟମ ଲୋକ ସଭା ନିର୍ବାଚନ ପ୍ରସଙ୍ଗ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାଜନିତ ଅନୁକମ୍ପା ହାୱା ସୃଷ୍ଟି କରିଥିଲା। ଏହା କଂଗ୍ରେସ ଦଳ ସପକ୍ଷରେ ଯାଇଥିଲା। ଇନ୍ଦିରାଙ୍କ ସୁପୁତ୍ର ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ଥର ୪୧୪ ଆସନ ବା ୪୮.୧% ଭୋଟ ପାଇ କଂଗ୍ରେସ କ୍ଷମତାସୀନ ହୋଇଥିଲା। ତେବେ କଂଗ୍ରେସର ଏହି ଶାସନ କାଳରେ ବୋଫର୍ସ କମାଣ କିଣା ଦୁର୍ନୀତି ବିଷୟ ଲୋକଲୋଚନକୁ ଆସିଲା। ଦଳର ଲୋକପ୍ରିୟତା ଓ ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ଉଠିଲା। ବିରୋଧୀ ଦଳ ପରବର୍ତ୍ତୀ ନିର୍ବାଚନ ଅର୍ଥାତ୍‌ ୧୯୮୯ ନିର୍ବାଚନରେ ଏହାକୁ ଦୁର୍ନୀତି ପ୍ରସଙ୍ଗ କରି ନିର୍ବାଚନ ହାୱାରେ ପରିଣତ କରାଇ ପାରିଥିଲେ। ଭୋଟର ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ଫଳରେ କଂଗ୍ରେସ ସରକାରର ପତନ ଘଟିଥିଲା ଓ ଅଣକଂଗ୍ରେସ ସରକାର କ୍ଷମତାସୀନ ହୋଇଥିଲେ। ଅଣକଂଗ୍ରେସ ସରକାରର ପ୍ରଧାନମନ୍ତ୍ରୀ ହୋଇଥିଲେ ଭି.ପି. ସିଂହ। ପରବର୍ତ୍ତୀ ସମୟରେ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରିନଥିଲା। ସରକାର ଭାଙ୍ଗିଯିବାରୁ ୧୯୯୧ରେ ପୁନର୍ବାର ସାଧାରଣ ନିର୍ବାଚନ ହେଲା। ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧୀ ନିହତ ହେଲେ। ଅନୁକମ୍ପା ହାୱା ଦେଶରେ ସୃଷ୍ଟି ହେଲା। ଫଳରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସରକାର ଗଠନ କଲା। ପ୍ରଧାନମନ୍ତ୍ରୀ ହେଲେ ପି.ଭି. ନରସିଂହ ରାଓ। ସଫଳତାର ସହ ଏକ ମିଳିତ ସରକାରର ନେତୃତ୍ୱ ନେଇ କଂଗ୍ରେସ ଦଳ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିଥିଲା। ଏହି ସମୟରେ ଦେଶରେ ଉଦାରୀକରଣ ଅର୍ଥନୀତି ଆରମ୍ଭ ହୋଇଥିଲା।
୧୯୯୬ର ଏକାଦଶ ଓ ୧୯୯୮ର ଦ୍ୱାଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ରାମମନ୍ଦିର ପ୍ରସଙ୍ଗ ନିର୍ବାଚନୀ ହାୱା ହୋଇଥିଲା, ଯାହା ହିନ୍ଦୁ ଭୋଟ ଧ୍ରୁବୀକରଣରେ ସହାୟକ ହୋଇଥିଲା। ଜନସାଧାରଣ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ଉଦାରୀକରଣ ଅର୍ଥନୀତି ବିଷୟରେ ଜନସାଧାରଣ ଭୁଲି ଯାଇଥିଲେ। ଭାରତୀୟ ଜନତା ପାର୍ଟି ଧର୍ମ ନାମରେ ଭୋଟଭିକ୍ଷା କରୁଥିବା ଏବଂ ଏକ ସାମ୍ପ୍ରଦାୟିକ ଦଳ ବୋଲି ବିରୋଧୀ ପକ୍ଷର ପ୍ରଚାର ମଧ୍ୟ ଜନସାଧାରଣଙ୍କୁ ସେତେଟା ଆକୃଷ୍ଟ କରିପାରିନଥିଲା। ଫଳରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଜନସାଧାରଣ ମତଦାନ କରିଥିଲେ। ତେବେ ଭାଜପା ନେତା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ୧୯୯୬ରେ ମାତ୍ର ୧୩ ଦିନ ଓ ୧୯୯୮ରେ ୧୩ ମାସ କ୍ଷମତାରେ ରହିଥିଲେ। ଏହି ସମୟରେ ପୋଖରାନ୍‌ ଆଣବିକ ବିସ୍ଫୋରଣ ଓ କାର୍ଗିଲ ଯୁଦ୍ଧ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୯୯ରେ ଅନୁଷ୍ଠିତ ତ୍ରୟୋଦଶ ଲୋକ ସଭା ନିର୍ବାଚନରେ ଏହି ପ୍ରସଙ୍ଗ ଜନସାଧାରଣଙ୍କୁ ପ୍ରଭାବିତ କରିପାରିଥିବା ଦେଖାଯାଇଥିଲା। ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ ଯାଇଥିଲା ଓ ଅଟଳ ବିହାରୀ ବାଜପେୟୀ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ସ୍ବର୍ଣ୍ଣ ଚତୁର୍ଭୁଜ ରାଜପଥ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୦୪ରେ ଅନୁଷ୍ଠିତ ଚତୁର୍ଦ୍ଦଶ ଲୋକ ସଭା ନିର୍ବାଚନରେ ଭାଜପା ଏହାକୁ ନିର୍ବାଚନୀ ହାୱାରେ ରୂପ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା।
ଚଳିତ ନିର୍ବାଚନରେ ବିରୋଧୀ ଦଳ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା, ଜାତିଭିତ୍ତିକ ଜନଗଣନା, ବେକାରି, ଦରଦାମ୍‌ ବୃଦ୍ଧିକୁ ପ୍ରସଙ୍ଗ କରିବାକୁ ଉଦ୍ୟମ କରିଥିବାବେଳେ ଭାରତୀୟ ଜନତା ପାର୍ଟି ହିନ୍ଦୁ ଭୋଟ ଆଣିବା ପାଇଁ ଉଦ୍ୟମ କରିଥିଲା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଭାଜପାର ନିର୍ବାଚନ ପ୍ରଚାର ଧାର୍ମିକ ଓ ସାମ୍ପ୍ରଦାୟିକ ଦିଗକୁ ମୋଡ଼ ନେଇଥିଲା। ତେବେ ଭୋଟର ଏସବୁ ପ୍ରସଙ୍ଗ ଦ୍ୱାରା ବିଶେଷ ପ୍ରଭାବିତ ହେଉନଥିବା ଜଣାପଡ଼ୁଥିଲା। ସାଧାରଣ ଜନତାଙ୍କ ମନରେ ବେକାରି ଓ ଦରଦାମ ବୃଦ୍ଧି ପ୍ରତିଧ୍ୱନିତ୍ୱ ହୋଇଥିଲା। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଶାସନଗତ ଅସଙ୍ଗତି ବିରୋଧରେ ଜନ ଅସନ୍ତୋଷ ରହିଥିଲା। ଅରୁଣାଚଳ ଓ ସିକିମ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏହାର ଜନାଦେଶ ସମତଳ ଅଞ୍ଚଳ ସହ ତୁଳନା କରାଯାଇ ପାରିବ ନାହିଁ। ଏଥିସହ ଚଳିତବର୍ଷ ଦେଶରେ ସର୍ବାଧିକ ଦଳବଦଳ ଘଟଣା ଘଟିଛି। ଏହି ଦଳବଦଳ ସହ ନୀତି ନୈତିକତା ଜଡ଼ିତ ଥିବାରୁ ଭୋଟରଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ମନେହୁଏ। ଏଣୁ ଭୋଟରଙ୍କ ମଧ୍ୟରେ ଏକ ଚାପା ଅସନ୍ତୋଷ ଚଳିତ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଦାନା ବାନ୍ଧିଥିଲା, ଯାହାର ପ୍ରତିଫଳନ ମତଦାନରେ ଦେଖିବାକୁ ମିଳିଥିବା ମନେହୁଏ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri