ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ, ୪।୬: ଜଣାଶୁଣା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ରାତି ୧୨ଟା୧୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ମେ ୧୨ରେ ସଲିଲ ମୟୂରଭଞ୍ଜର କରଞ୍ଜିଆ ଯାଉଥିବାବେଳେ କେନ୍ଦୁଝର ଜିଲା ଘଟଗଁା କଲେଜ ଛକ ନିକଟରେ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଘଟଗଁା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ତ୍ରୀ ଓ ୨ଝିଅ ଅଛନ୍ତି। ସେ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତାଭାବେ ସୁନାମ ଅର୍ଜନ କରିଥିଲେ। ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ବିଶିଷ୍ଟ କଳାକାର ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ହେଉଛି ‘ଶାସ୍ତି’। ୧୯୯୯ରେ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’, ୨୦୦୫ରେ ଅର୍ଜୁନ, ୨୦୧୦ରେ ଶୁଭ ବିବାହ, ୨୦୧୧ରେ ହୀରୋ, ବାଳୁଙ୍ଗା ଟୋକା, ୨୦୧୨ରେ କେବେ ତମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ୨୦୧୪ରେ ଗଞ୍ଜା ଲଢ଼େଇ, ୨୦୧୫ରେ ଗପ ହେଲେ ବି ସତ ଓ ୨୦୧୭ରେ ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ। ଫିଲ୍ମ ‘ଲଭ ଷ୍ଟେଶନ’ରେ ତାଙ୍କ ଅଭିନୟ ସର୍ବାଧିକ ଆଦୃତ ହୋଇଥିଲା। ଏଥିସହିତ ସେ ଅନେକ ଓଡ଼ିଆ ଧାରାବାହିକ, ଭଜନ ଓ ଆଧୁନିକ ଆଲ୍‌ବମ ଗୀତରେ ଅଭିନୟର ଯାଦୁ ଦେଖାଇଥିଲେ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ କମେଡି ଧାରାବାହିକ ‘ଫୁଲ୍‌ ଗଡ଼ବଡ଼’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ପ୍ରସ୍ତୁତି ପଥରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ମାଲ୍‌ ମହୁ ଜୀବନ ମାଟି’ରେ ସେ ଅଭିନୟ କରୁଥିଲେ। ତାଙ୍କ ବିୟୋରେ ଓଡ଼ିଆ ଫିଲ୍ମ ଦୁନିଆର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରିୟଲ ଜୀବନରେ ସେ ଜଣେ ଅତ୍ୟନ୍ତ ସାଧାସିଧା, ମିଷ୍ଟଭାଷୀ ଓ ପରୋପକାରୀ ଭାବେ ବେଶ୍‌ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri