Posted inଖେଳ

ହାସନେନଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶ୍ରୀଲଙ୍କା ବିଜୟୀ

ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୧୭.୪ ଓଭରରେ ୧୦୧ ରନ କରି ଆଉଟ ହୋଇ ପରାସ୍ତ ହୋଇଥିଲା। ବାବର ଆଜମ ୧୩, ଅଧିନାୟକ ସର୍ଫରାଜ ଅହମ୍ମଦ ୨୪ ଓ ଇଫତିକାର ଅହମ୍ମଦ ୨୫ ରନ କରି ଆଉଟ ହୋଇଥିବା ବେଳେ ବାକି ୮ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ନୂଆନ ପ୍ରଦୀପ ଓ ଇସୁରୁ ଉଡାନା ୩ଟି ଲେଖାଏ, ଓ୍ବାନିଣ୍ଡୁ ହାସରଙ୍ଗା ୨ ଓ କସୁନ ରଜିଥା ଗୋଟିଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଓପନର ଦନୁଷ୍କା ଗୁରତିଲକା ୫୭, ଅଭିଷ୍କା ଫର୍ନାଣ୍ଡୋ ୩୩, ଭାନୁକା ରାଜପାକ୍ସା ୩୨, ଅଧିନାୟକ ଦସୁନ ସନକା ୧୭ ରନ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ମହମ୍ମଦ ହାସନେନ ହ୍ୟାଟ୍ରିକ ଅର୍ଜନ କରି ୩ ଓ ଶଦାବ ଖାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପାକିସ୍ତାନ ଦ୍ରୁତ ବୋଲର ହାସନେନ ୧୬ତମ ଓଭରର ଶେଷ ବଲ୍‌ରେ ରାଜପାସ୍କଙ୍କୁ ଓ ୧୮ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ଶନକା ଓ ଶେହାନ ଜୟସୁରିୟାଙ୍କୁ ଆଉଟ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଟି୨୦ ଇତିହାସରେ ଏହା ନବମ ହ୍ୟାଟ୍ରିକ ସାବ୍ୟସ୍ତ ହୋଇଛି। ଲସିଥ ମାଲିଙ୍ଗା ପୂର୍ବରୁ ୨ଥର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ପୂର୍ବରୁ ପାକିସ୍ତାନ ତରଫରୁ ଫାହିମ ଅଶ୍ରଫ ଦୁଇବର୍ଷ ତଳେ ଶ୍ରୀଲଙ୍କା ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri