Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଭିନେତ୍ରୀ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଅସୁସ୍ଥ ହୋଇ କ୍ରିକେଟରୁ ଦୂରେଇ ଅଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ନିକଟରେ ସେ ଲଣ୍ଡନରେ ଅସ୍ତ୍ରୋପଚାର କରି ଫେରିଛନ୍ତି। ଏବେ ସେ ବିଶ୍ରାମ ନେବା ସହ ଗର୍ଲଫ୍ରେଣ୍ଡ ସହ ସମୟ ବିତାଉଛନ୍ତି। ହାର୍ଦ୍ଦିକଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ଯୋଡା ଯାଇଛି। ଏବେ ସେ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ପ୍ରେମରେ ପଡିଛନ୍ତି। ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ନତାଶା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ପାଣ୍ଡ୍ୟା କମେଣ୍ଟରେ ‘woohoo’ ଲେଖିଛନ୍ତି। ଏହାର ଜବାବରେ ନତାଶା ଫଟୋ ଶ୍ରେୟ ହାର୍ଦ୍ଦିକଙ୍କୁ ଦେଇଛନ୍ତି। ଏହାସହ ସେ ତାଙ୍କୁ ପ୍ରଶଂସା କରି ଭଲ ଫଟୋଗ୍ରାଫି ବୋଲି କହିଛନ୍ତି। ନିକଟରେ ନତାଶା ପାଣ୍ଡ୍ୟାଙ୍କ ଗାଡିରେ ବସିଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ, ସେ କୁଆଡେ ନତାଶାଙ୍କୁ ନିଜ ମାତାପିତାଙ୍କ ସହ ଭେଟ କରାଇଛନ୍ତି। ଉଭୟଙ୍କ ପରିବାର ମଧ୍ୟ ଏହି ବିବାହକୁ ନେଇ ସହମତି ପ୍ରକାଶ କରିଛନ୍ତି। ତେଣୁ ଖୁବ୍ଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡିଛି। ନିକଟରେ ଉଭୟଙ୍କୁ ମୁମ୍ବାଇର ଏକ କାଫେରେ ଦେଖିବାକୁ ମିଳିଥିଲା। ନତାଶା ସର୍ବିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଏବଂ ଡ୍ୟାନ୍ସର ଭାବେ ଜଣାଶୁଣା। ସେ ପ୍ରକାଶ ଝା’ଙ୍କ ଫିଲ୍ମ ସତ୍ୟାଗ୍ରହ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ପାଣ୍ଡ୍ୟାଙ୍କ ନାମ ପୂର୍ବରୁ ମଧ୍ୟ ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା, ଇଶା ଗୁପ୍ତା ଏବଂ ଏଲି ଆବ୍ରାହମଙ୍କ ସହ ଯୋଡାଯାଇଛି।

Share