ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ଏହି ଫଳ ଚୋପା…

ଡାଳିମ୍ବ ଖାଇସାରି କେତେକ ଏହାର ଚୋପାକୁ ଫିଙ୍ଗି ଦେଇଥାନ୍ତି। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାକୁ ଜୁସ୍‌ କରି ନିୟମିତ ପିଇଲେ ହାର୍ଟ ଆଟାକ୍‌ ଓ କର୍କଟ ରୋଗରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହାଛଡା ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍‌, ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦେୟ ଉପାଦାନ ମଧ୍ୟ ରହିଛି। ଏହି ଜୁସ୍‌ ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରି ଯୁବ ସୁଲଭ ଠାଣି ବଜାୟ ରଖେ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିବାରେ ସହାୟକ ହୁଏ। ସପ୍ତାହରେ ଦୁଇଥର କିମ୍ବା ତିନି ଥର ଡାଳିମ୍ବ ଚୋପାର ଜୁସ୍‌ ପିଇଲେ ଅନେକ ରୋଗରୁ ସହଜରେ ମୁକ୍ତି ମିଳିଥାଏ।