ହାର୍ଟଆଟାକରୁ ଦୂରେଇ ରହିବା ପାଇଁ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଏଥିରୁ ଖଣ୍ଡେ…

ଅଦା ଅନେକ ଔଷଧୀୟ ଗୁଣରେ ଭରପୁର। ଏହା ନାନା ପ୍ରକାର ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ପ୍ରତିଦିନ ସକାଳେ ଖଣ୍ଡେ ଅଦା ଚୋବାଇବା ସହିତ ଗ୍ଲାସେ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଏହା ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ସ୍ବାଭାବିକ କରିବା ସହିତ କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରେ। ଫଳରେ ହାର୍ଟଆଟାକରୁ ମୁକ୍ତି ମିଳିଥାଏ । ଏହା ନିଦ୍ରାହୀନତାରୁ ମୁକ୍ତି ଦେବା ସହିତ ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କରେ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ମାଂସପେଶୀ ଯନ୍ତ୍ରଣା ଦୂର ହୋଇଥାଏ। ଆଣ୍ଠୁଗଣ୍ଠି ବାତରେ ଏହା ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Share