Categories: ଜାତୀୟ

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ ୪,୫୨,୨୨୬ ଭୋଟରେ ହାରିଯାଇଛନ୍ତି। ଉର୍ମିଳା ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଆହୁରି ଅନେକ ବାଟ ଯିବାକୁ ଥିବାରୁ ସେ ଆଦୌ ରାଜନୀତି ଛାଡିବେ ନାହିଁ।
ହେଲେ ସେ ପରାଜୟ ସ୍ବୀକାର କରିବା ପୂର୍ବରୁ ଟୁଇଟ୍‌ କରି ନିଜର ରାଗ ଶୁଝାଇଛନ୍ତି। ଇଭିଏମ୍‌ ଖରାପ ଦର୍ଶାଇ ସେ ନିର୍ବାଚନ କମିଶନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି ଇଭିଏମ୍‌ ୧୭ସିର ଫର୍ମରେ ମେଶିନ୍‌ ନମ୍ବର ଓ ସିଗ୍‌ନେଚର ମିସ୍‌ ମ୍ୟାଚ ହୋଇଛି। ତେବେ ହାରିବା ଭୟରେ ସେ ଏମିତି ଅଭିଯୋଗ ଆଣିଥିବା ଆଲୋଚନା ହେଉଛି।

Share