ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଇଛି। ଗେଟ୍‌ ଖୋଲା ଯିବାପରେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।ସୂଚନାଯୋଗ୍ୟ, ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ୧୬ଟି ଗେଟ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯାଉଛି।