ହାଫିଜ୍‌ ସଇଦ୍‌ଙ୍କୁ ଗିରଫ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୭।୭: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ତଥା ବିଶ୍ୱଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନ ଗିରଫ କରିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦୀ ନିରୋଧୀ ବିଭାଗର ଏକ ସ୍ବତନ୍ତ୍ର ଦଳ ହାଫିଜ୍‌ଙ୍କୁ ଲାହୋରରେ ଗିରଫ କରିଛି। ସେ ଲାହୋରରୁ ଗୁଞ୍ଜରାଓ୍ବଲା ଯାଉଥିଲେ। ଗିରଫ ପରେ ହାଫିଜ୍‌ଙ୍କୁ ଲାହୋରର ଲଖପତ୍‌ ଜେଲକୁ ପଠାଇ ଦିଆଯାଇଛି। ତେବେ ଏନେଇ ହାଫିଜ୍‌ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି। ପୂର୍ବରୁ ସୋମବାର ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ(ଏଟିସି) ଏକ ଜମିଜମା ମାମଲାରେ ହାଫିଜ୍‌ ଏବଂ ଅନ୍ୟ ୩ ଜଣଙ୍କୁ ଜାମିନ ପ୍ରଦାନ କରିଥିଲେ।

Share