ହାଫିଜ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବଢ଼ିଲା

ଲାହୋର,୨୫ା୭(ପି.ଟି.): ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ରିମାଣ୍ଡ ଅବଧି ୧୪ ଦିନ ବୃଦ୍ଧି କରାଯାଇଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ଗତ ୧୭ ତାରିଖରେ ହାଫିଜ୍‌ଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନର ଗୁଜରାନଓ୍ବାଲାସ୍ଥିତ ଆତଙ୍କବାଦ ନିରୋଧୀ ଅଦାଲତରେ ବୁଧବାର ତାଙ୍କୁ ହାଜର କରାଯାଇଛି। ଅଦାଲତ ତାଙ୍କୁ ଆଉ ୧୪ ଦିନ ବିଚାର ବିଭାଗୀୟ ରିମାଣ୍ଡରେ ରଖିବା ପାଇଁ ଅନୁମତି ଦେଇଛନ୍ତି। ଏହାସହ ଅଗଷ୍ଟ ୭ ସୁଦ୍ଧା ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବା ପାଇଁ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

Share