ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି । ୧୧ ଜାନୁୟାରୀ ୨୦୨୧ରେ ଜନ୍ମ ନେଇଥିବା ଭାମିକାଙ୍କ ଜନ୍ମଦିନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ବିରୁଷ୍କା । ଭାମିକା ବର୍ଷକର ହୋଇଥିଲେ ବି ଏପର୍ଯ୍ୟନ୍ତ ତାଙ୍କର ମୁହଁ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କେବେ ଶେୟାର କରି ନାହାନ୍ତି କୋହଲି ଦମ୍ପତି । ବେଳେ ବେଳେ ଭାମିକାଙ୍କ ବ୍ୟାକ ସାଇଡ ଫଟୋ ଦେଖିବାକୁ ମିଳିଛି । ଏବେ ଭାମିକାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ହାପି ବାର୍ଥ ଡେ ଭାମିକା ଟ୍ରେଣ୍ଡ କରୁଛି । ଗୋଟିଏ ପଟେ ଝିଅ ଜନ୍ମଦିନକୁ ନେଇ କୋହଲି ଦମ୍ପତି ଖୁସି ଥିବା ବେଳେ ଅନ୍ୟପଟେ ବିରାଟ ଖେଳିବାକୁ ଯାଉଛନ୍ତି ତାଙ୍କ କ୍ରିକେଟ କ୍ୟାରିୟରର ୯୯ତମ ମ୍ୟାଚ । ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ କେପଟାଉନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା କୋହଲିଙ୍କ କ୍ୟାରିୟରର ୯୯ ତମ ଟେଷ୍ଟ ମ୍ୟାଚ ହୋଇଥିବାରୁ ସେ ଏଥିରେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି ଆଲୋଚନା ହେଉଛି ।

Share