ହାପି ବାର୍ଥ ଡେ ବ୍ରହ୍ମାନନ୍ଦମ୍‌: ୧ ହଜାରରୁ ଅଧିକ ଫିଲ୍ମରେ କରିଛନ୍ତି କାମ, ଗିନିଜ୍‌ ରେକଡର୍‌ସରେ ନାମ ସାମିଲ

ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ହାସ୍ୟ କଳାକାର ବ୍ରହ୍ମାନନ୍ଦମ୍‌ଙ୍କ ଶନିବାର ହାପି ବାର୍ଥ ଡେ। ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ #Brahmanandam ଟ୍ରେଣ୍ଡ କରୁଥିବା ବେଳେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ତରଫରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

୧ ଫେବୃୟାରୀ ୧୯୫୬ରେ ବ୍ରହ୍ମାନନ୍ଦମ୍‌ ଜନ୍ମଗ୍ରହଣ କରିଥିଲେ। ଏବେ ସେ ତେଲୁଗୁ ସିନେମାର ଏକ ବଡ଼ ନାମ। ଏହା ପଛରେ କାରଣ ମଧ୍ୟ ରହିଛି। ତାଙ୍କୁ ପ୍ରାୟ ସମସ୍ତ ତେଲୁଗୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ। ୧୯୮୭ ମସିହାରେ ଡେବ୍ୟୁ କରିଥିବା ବ୍ରହ୍ମାନନ୍ଦମ୍‌ ଇତିମଧ୍ୟରେ ୧ ହଜାରରୁ ଅଧିକ ଫିଲ୍ମରେ କାମ କରିସାରିଲେଣି।

ଦକ୍ଷିଣ ଭାରତୀୟ ସିନେମାର ପ୍ରତିଟି ସୁପରଷ୍ଟାରଙ୍କ ସହ ବ୍ରହ୍ମାନନ୍ଦମ୍‌ କାମ କରିଛନ୍ତି। ସେ ମହେଶବାବୁ ହୁଅନ୍ତୁ ଅଥବା ପ୍ରଭାସ, ଆଲ୍ଲୁ ଅର୍ଜୁନ, ରାମ ଚରଣ, ନାଗାର୍ଜୁନଙ୍କ ଭଳି କଳାକାର, ସେ ସମସ୍ତଙ୍କ ସହ ନଜରକୁ ଆସିଛନ୍ତି। ତେଲୁଗୁ ଛଡ଼ା କନ୍ନଡ଼, ତାମିଲ ସିନେମାରେ ମଧ୍ୟ କାମ କରିଛନ୍ତି ସେ।

ଭାରତୀୟ ସିନେମାରେ ଯୋଗଦାନ ହେତୁ ବ୍ରହ୍ମାନନ୍ଦମ୍‌ଙ୍କୁ ୨୦୦୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ସବୁଠାରୁ ଅଧିକ ସ୍କ୍ରିନ୍‌ କ୍ରେଡିଟ୍‌ ପାଇଥିବା ଜୀବିତ କଳାକାର ଭାବେ ସେ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସାମିଲ ହୋଇଛନ୍ତି। ଏହାଛଡ଼ା ସେ ଫିଲ୍ମଫେୟାର, ସିନେମା ଏବଂ ନନ୍ଦି ଆଓ୍ବାଡର୍‌ସ ମଧ୍ୟ ପାଇଛନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ବ୍ରହ୍ମାନନ୍ଦମ୍‌ ଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ପୁଅ ରାଜା ଗୌତମ ଏବଂ ସିଦ୍ଧାର୍ଥ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri