‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର

ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ ଚର୍ଚ୍ଚାରେ ରହିଥିଲା। ଏବେ ସେମିତି କିଛି ହୋଇଛି। ଆଗାମୀ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ରାଣା ବନଦେବ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରାଣାଙ୍କ ରହିଛି ପ୍ରମୁଖ ଭୂମିକା। ଫିଲ୍ମ ଲାଗି ଅନେକ କଷ୍ଟ କରୁଛନ୍ତି ସେ। ତାଙ୍କ ଚରିତ୍ରଟି ଜଙ୍ଗଲରେ ରହୁଥିବା ଜଣେ ବ୍ୟକ୍ତିର ଚରିତ୍ର। ଏଥିଲାଗି ସେ ପୁଣିଥରେ ନିଜର ଓଜନ ବଢ଼ାଇଛନ୍ତି। ଏହାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାଣାଙ୍କୁ ଏକ ଚିତାବାଘ ଓ ହାତୀ ସହ ଦେଖିବାକୁ ମିଳୁଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ଏବେ ବିପଦରେ ଜଙ୍ଗଲ। ହେଲେ ଯେଉଁ ଲୋକ ଏହାକୁ ଘର ବୋଲି ଭାବନ୍ତି, ସେ ସଚେତନ ଅଛନ୍ତି ଏବଂ ପ୍ର୍ରସ୍ତୁତ ମଧ୍ୟ। ଜଙ୍ଗଲକୁ ବଞ୍ଚାଇବାର ସବୁଠାରୁ ବଡ଼ ଲଢ଼େଇର ସାକ୍ଷୀ ହୁଅନ୍ତୁ।

 

ଫିଲ୍ମ ‘ହାଥୀ ମେରେ ସାଥୀ’ କାଜିରଙ୍ଗା ଜାତୀୟ ଅଭୟାରଣ୍ୟରେ ହାତୀମାନଙ୍କୁ ହୋଇଥିବା ଅତ୍ୟାଚାର ଉପରେ ପର୍ଯ୍ୟବଶିତ। ଏହା ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଚଳିତବର୍ଷ ଏପ୍ରିଲ ୨ ତାରିଖରେ ଏହା ପରଦାକୁ ଆସିବ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପୁଲକିତ ସମ୍ରାଟ୍‌ ନଜରକୁ ଆସିବେ। ତାଙ୍କ ବ୍ୟତୀତ ଜୋୟା ହୁସେନ, ଶ୍ରିୟା ପିଲଙ୍ଗାଓ୍ବକର ମଧ୍ୟ ଅଛନ୍ତି। ଭାରତ ସହ କେରଳ, ମହାବଳେଶ୍ୱର ଏବଂ ବମ୍ବେରେ ଏହାର ଶୁଟିଂ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri