ହାତ ସଫା ପାଇଁ ଗଞ୍ଜାମ ମେଡିକାଲରେ ଲଗାଯାଇଥିବା ବେସିନ ଭାଙ୍ଗିଲେ ଦୁର୍ବୃତ୍ତ

ଗଞ୍ଜାମ, ୪।୫(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା(କୋଭିଡ ୧୯) ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ଏଥିପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ଦିନ ତଳେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖର ଉଭୟ ପାର୍ଶ୍ୱରେ ଦୁଇଟି ଲେଖାଏ ହାତ ଧୁଆ ବେସିନ ଲଗାଯାଇଥିଲା। ଫଳରେ ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ସେଠାରେ ହାତ ସଫା କରିପାରିବେ। ମାତ୍ର କେହି ଦୁର୍ବୁତ୍ତ ଉକ୍ତ ବେସିନକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । କେଉଁ ଅସାମାଜିକ ବ୍ୟକ୍ତି କିମ୍ବା ମାଙ୍କଡ଼ ଏହାକୁ ଭାଙ୍ଗି ଦେଇଥିବ ବୋଲି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜକାନ୍ତ କର କୁହିଛନ୍ତି।