Posted inଫୁରସତ

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ ଭାରତରେ ହିଁ ରହିଛି। ଏହି ଅଜବ ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଏହି ଗଛ ସମ୍ପୂର୍ଣ୍ଣ ଭାବେ ମଣିଷ ପରି ବ୍ୟବହାର ଦେଖାଇଥାଏ। ଗତ ୫ ବର୍ଷ ଧରି କାଲାଢୁଙ୍ଗୀ ଜଙ୍ଗଲରେ ଏପରି ଦୁଇଟି ଗଛ ଦେଖିବାକୁ ମିଳିଛି। କାର୍ବେଟ ଗ୍ରାମ ବିକାଶ କମିଟି ଦ୍ୱାରା ଏହା ପର୍ଯ୍ୟଟନ ସହିତ ଜଡ଼ିତ। ପର୍ଯ୍ୟଟକମାନେ କମିଟିର ଗାଇଡ୍‌ ନିକଟକୁ ଯାଇ ଏହି ଗଛଗୁଡ଼କ ଘଞ୍ଚ ଜଙ୍ଗଲରେ ଥରୁଥିବାର ଦେଖାଇଥାନ୍ତି। ଏହି ଥରିବାକୁ ଲୋକେ ଗଛ ହସୁଥିବା କୁହନ୍ତି। ଏହାର ବଟାନିକାଲ ନାମ ହେଉଛି ରାଣ୍ଡିଆ ଡୁମିଟାରମ୍‌। ଏହି ଗଛଟି ମଣିଷ ପରି । ଏହା ଉପର ହାତ ରଖିଲେ ଏହାର କମ୍ପନ ସୃଷ୍ଟି ହୋଇଥାଏ। ସେହି ସମୟରେ ଗଛର ଗଣ୍ଡିକୁ ସ୍ପର୍ଶ କଲେ ଏହାର ଶାଖା ଗତି କରିବା ଆରମ୍ଭ କରେ। ରୁବିଏସି ପ୍ରଜାତି ନାମକ ଏହି ଗଛ ୩୦୦ରୁ ୧୩୦୦ ମିଟର ଉଚ୍ଚତାର ବଢ଼ିଥାଏ। ଏକ ଟିମ୍‌ ଗବେଷଣା କରି କହିଛନ୍ତି, ଗଛ ଗଣ୍ଡିରେ ଆଙ୍ଗୁଠି ଘଷିଲେ ଏହା ଚାଲିବା ଆରମ୍ଭ କରିଥାଏ। ଯଦିଓ ଏହାର ପ୍ରକୃତ କାରଣ ଜଣା ପଡ଼ିନାହିଁ, ତଥାପି ଏହି ଗଛ ହସୁଥିବାର ଲୋକେ କହିଥାନ୍ତି। ଏହାକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri