ହାତ ଯୋଡିଲେ ବିଜୟ ମାଲ୍ୟା: କାନ୍ଦିକି କହିଲେ, ତୁରନ୍ତ ସବୁ ଟଙ୍କା ଫେରସ୍ତ ନେଇଯାଅ

ଲଣ୍ଡନ, ୧୪।୨: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ବ୍ରିଟେନ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟିଶ ହାଇକୋର୍ଟରେ କାନ୍ଦି ପକାଇଛନ୍ତି। ଭାରତୀୟ ବ୍ୟାଙ୍କ୍‌ଗୁଡିକ ତୁରନ୍ତ ଟଙ୍କା ଫେରସ୍ତ ନେଇଯାନ୍ତୁ। ରୟାଲ କୋର୍ଟ ଅଫ୍‌ ଜଷ୍ଟିସରେ ମାଲ୍ୟା ହାତ ଯୋଡି ଏହା କହିଛନ୍ତି। ବ୍ୟାଙ୍କରୁ ନେଇଥିବା ୧୦୦ ପ୍ରତିଶତ ଫେରସ୍ତ ଦେବାକୁ ପ୍ରସ୍ତୁତ ଅଛି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୋ ସହ ଯାହା କରୁଛି ଠିକ୍‌ ନୁହେଁ। ମୁଁ କୌଣସି ଅପରାଧ କରିନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୯ ହଜାର କୋଟି ଟଙ୍କାର ଋଣ ନେବା ପରେ ବ୍ୟାଙ୍କକୁ ନ ସୁଝି ମାଲ୍ୟା ଲଣ୍ଡନ ପଳାଇଛନ୍ତି। ଏହି ମାମଲାରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।

Share