Categories: ଖେଳ

ହାତ ଛାଡ଼ି କାର ଚଳାଇଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ,୨।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୌଖୀନ ଗାଡ଼ିର ମଧ୍ୟ ସଉକ ରହିଛି ବୋଲି କିଏ ବା ନ ଜାଣିଛି। ଶୁକ୍ରବାର ସଚିନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତେନ୍ଦୁଲକର ଏକ କାରରେ ବସିଛନ୍ତି ଯାହାକି ନିଜେ ପରିଚାଳିତ ହେଉଛି। ଏହି ଭିଡିଓଟିକୁ ଦେଖିଲେ ଲାଗୁଛି ଯେପରି କେହି ଅଦୃଶ୍ୟ ଡ୍ରାଇଭର ତାଙ୍କ କାରକୁ ଚଳାଉଛନ୍ତି। କାରଣ ସଚିନ ଡ୍ରାଇଭିଂ ସିଟ୍‌ରେ ନୁହେଁ ବରଂ ପାଖ ସିଟ୍‌ରେ ବସିଛନ୍ତି। କାରଟି ନିଜେ ନିଜେ ପରିଚାଳିତ ହେବା ସହ ବ୍ରେକ୍‌ ଲଗାଉଛି। ଏଭଳି ଆଶ୍ଚର୍ଯ୍ୟଜନକ ଭାବେ କାରଟି ଚାଲୁଥିବା ବେଳେ ଏହାକୁ ବୋଧେ ମିଷ୍ଟର ଇଣ୍ଡିଆ(ଅନୀଲ କପୁର) ଚଳାଉଛନ୍ତି ବୋଲି ମାଷ୍ଟର ବ୍ଲାଷ୍ଟର କହିଛନ୍ତି। ତେବେ ନିଜ ଗ୍ୟାରେଜ୍‌ରେ ସ୍ବଚାଳିତ କାରର ମଜା ନେଉଛନ୍ତି। ଏହା ଏକ ରୋମାଞ୍ଚକର ଅନୁଭବ ବୋଲି ସଚିନ୍‌ କହିଛନ୍ତି।

Share