ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବର ଉତ୍ତୋଳନ କରିଛନ୍ତି। ହାତୀକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିଶିଷ୍ଟ ବ୍ୟବସାୟୀ ରତନ ଟାଟା। ହାତୀ ମୃତ୍ୟୁକୁ ନେଇ ସେ ନିଜ ଟୁଇଟରରେ ଏକ ପୋଷ୍ଟ ଲେଖିଛନ୍ତି। ମୁଁ ଏହା ଶୁଣି ଦୁଃଖିତ ଏବଂ ଆଶ୍ଚର୍ଯ୍ୟ ମଧ୍ୟ। କିଛି ଲୋକ ବିନା ଦୋଷରେ ଗର୍ଭବତୀ ହାତୀକୁ ସପୁରୀ ଖୁଆଇ ମାରିଦେଲେ। ପଶୁଙ୍କ ପ୍ରତି ଏଭଳି ଅପରାଧିକ ଘଟଣା କୌଣସି ମଣିଷକୁ ହତ୍ୟା ସଦୃଶ। ହାତୀକୁ ନ୍ୟାୟ ମିଳିବା ଉଚିତ୍‌ ବୋଲି ଟାଟା କହିଛନ୍ତି।

Share