ହାତୀ ପାଇଁ ଗୃହବନ୍ଦୀ ଜୀବନ

ଭାପୁର, ୧୯।୫(ଡି.ଏନ.ଏ.)- ଘରୁ ପଦାକୁ ବାହାରିଲେ ଗୋଡ଼ାଉଛି ଭୟ। କେମିତି ପୁଣି ସୁରକ୍ଷିତ ଭାବେ ଫେରିବେ ସେହି ଚିନ୍ତା ଘାରୁଛି। ଢେଙ୍କାନାଳ ସଦର ରେଞ୍ଜ ଭାପୁର ଏବଂ କାଳିକାପ୍ରସାଦ ବିଟ୍‌ ଅନ୍ତର୍ଗତ ୧୦ ଗ୍ରାମରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ସମ୍ପୃକ୍ତ ଅଞ୍ଚଳବାସୀ ଏକପ୍ରକାର ଗୃହବନ୍ଦୀ ଜୀବନ ବିତାଉଛନ୍ତି।
ଚନ୍ଦ୍ରଶେଖର ପ୍ରସାଦ, ଫୁଲଝର, ଭରତିଆପାଳ, ଟେଣୁଆଁ, ଭୁବନପୁର, କାଳିକାପ୍ରସାଦ, କରଡ଼ାମଡ଼ା, ଓସ୍ତପାଳ, କରଡସିଂ, ମାଧପୁରରେ ଦୀର୍ଘଦିନ ହେଲା ହାତୀ ପଲ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ହାତୀ ଉପଦ୍ରବରେ ପରିବା ଚାଷ ଉଜୁଡ଼ିଗଲାଣି। ଘିଟିପିରି-କଳାଙ୍ଗ, ବେଗୁନିଆପାଳ-କରଡ଼ାମଡ଼ା, ମହୁଲପୁଞ୍ଜି-କାଳିକାପ୍ରସାଦ, ଭାପୁର-ଚନ୍ଦ୍ରଶେଖରପ୍ରସାଦ ରାସ୍ତାରେ ଦିନରାତି ହାତୀ ଚଳାଚଳ କରୁଛନ୍ତି, ଯାହା ପଥଚାରୀଙ୍କୁ ସମସ୍ୟାରେ ପକାଉଛି।
ଗତ ଏପ୍ରିଲ ୨୭ରେ ହାତୀ ଆକ୍ରମଣରେ ଓସ୍ତପାଳ ଗ୍ରାମର ବେଣୁଧର ନାଏକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ହାତୀଙ୍କୁ ଅଞ୍ଚଳରୁ ଘଉଡ଼ାଇବାକୁ ଉକ୍ତ ସମୟରେ ଦାବି ହୋଇଥିଲା। ସେତେବେଳେ ହାତୀ ଉପଦ୍ରୁତ ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହା ସମ୍ଭବ ହୋଇପାରୁନାହିଁ। କାରଣ, ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ୪ ପ୍ରମୁଖ ରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକା ସମୟରେ ବ୍ୟସ୍ତବହୁଳ ରାସ୍ତାକୁ ହାତୀପଲ ଅବରୋଧ କରି ରଖୁଛନ୍ତି। ଫଳରେ ସେମାନଙ୍କୁ ଘଉଡ଼ାଇବା କାଠିକର ପାଠ ହେଉଛି। ଶନିବାର ଭରତିଆପାଳ ଗ୍ରାମ ନିକଟରେ ୨୫ରୁ ୩୦ ହାତୀ ଚଳପ୍ରଚଳ କରୁଥିବାରୁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏ ନେଇ ରେଞ୍ଜର ମନଓ୍ବର ଖାନ୍‌ କୁହନ୍ତି, ଜଙ୍ଗଲ ବୃଦ୍ଧି ଯୋଗୁ ହାତୀ ଚଳାଚଳ ବୃଦ୍ଧି ପାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ହେଉଛି। ଜନସାଧାରଣ ସଚେତନ ହେବା ଆବଶ୍ୟକ। ହାତୀଙ୍କ ଗତିପଥ ସମ୍ପର୍କରେ ସୂଚନା ଦେଲେ ଅନେକ ପରିମାଣରେ କ୍ଷୟକ୍ଷତି କମ୍‌ କରାଯାଇପାରିବ। ହାତୀ ଉପଦ୍ରବକୁ ନେଇ ଅଭିଯୋଗପତ୍ର ଦାଖଲ କଲେ କ୍ଷତିପୂରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri