ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି ଟିମ୍‌ ହାତୀପଲକୁ ପଶ୍ଚିମବଙ୍ଗକୁ ଘଉଡାଇବା ବେଳେ ସୀମାନ୍ତରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ହାତୀପଲ ବାଲେଶ୍ୱର ଜିଲାର ସୀମା ସର୍ଦ୍ଦାରବନ୍ଧ ପଞ୍ଚାୟତର ଚନ୍ଦାୟ ସରେନ୍‌ଙ୍କ ଘର ଭାଙ୍ଗିଦେବା ଫଳରେ ବନକର୍ମଚାରୀଙ୍କୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ସବୁଜ ବାହିନୀ କର୍ମକର୍ତ୍ତା ସହାୟତା କରିଥିଲେ। ହାତୀପଲ ପଶ୍ଚିମବଙ୍ଗର ଝାଡ଼ବଣୀ ଗାଁରେ ପ୍ରବେଶ କରିବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବନବିଭାଗ କର୍ମଚାରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ ସହ ମାଡମାରିବା ଏବଂ ପ୍ରବଳ ଟେକାପଥର ମାଡ କରିବା ସହ ଔପଦାରୁ ଯାଇଥିବା ବନବିଭାଗର ବୋଲେରୋ ଗାଡିକୁ ଭଂଗାରୁଜା କରିଥିଲେ। ଗାଡ଼ିର ଡ୍ରାଇଭର ଓ ସବୁଜବାହିନୀର ଅମରେଶ ଦାସ ନାମକ ଜଣେ ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଡି ଦୁଇଟିକୁ ଅଟକ ରଖିଥିଲେ। ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ବାଲେଶ୍ୱର ଡିଏଫଓଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ରାଇବଣିଆ ଥାନାକୁ ଜଣାଇଥିଲେ। କିନ୍ତୁ ପୋଲିସ୍‌ ଯିବାରେ ବିଳମ୍ବ ହେବାରୁ ଡିଏଫଓ ଜିଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋରଙ୍କ ସହାୟତା ଲୋଡ଼ିଥିଲେ। ଅନ୍ୟପଟେ ସର୍ଦ୍ଦାରବନ୍ଧର ସରପଞ୍ଚ ଦିଲ୍ଲୀପ ସାମଲ ଘଟଣାସ୍ଥଳରେ ସମର୍ଥଙ୍କ ସହ ପହଞ୍ଚତ୍ ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ରାଇବଣିଆ ପୋଲିସ୍‌ ପହଞ୍ଚତ୍ବାରୁ ପରିସ୍ଥିତି ଉତ୍ତେଜନା ହ୍ରାସ ପାଇଥିଲା। ଏଥିସହ ଅଟକ ଥିବା ଗାଡି ଓ ଆହତମାନଙ୍କୁ ଧରି ଫେରିଥିଲେ। ମଙ୍ଗଳବାର କିନ୍ତୁ ପଶ୍ଚିମବଙ୍ଗକୁ ଯାଇଥିବା ୧୮ଟି ହାତୀ ମଧ୍ୟରୁ ୩ଟି ହାତୀ ରଙ୍ଗାମାଟିଆ ଜଙ୍ଗଲରେ ପହଞ୍ଚିବା ପରେ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି ା ଏ ସମ୍ପର୍କରେ ରେଞ୍ଜର ମହାନ୍ତିଙ୍କୁ ପଚାରିବାରୁ ଅଦ୍ୟାବଧି ୬୫ଜଣଙ୍କ ଗୃହ ଭାଙ୍ଗିଥିବା ଦରଖାସ୍ତ ତାଙ୍କ ନିକଟରେ ପହଞ୍ଚିଛି ଏବଂ ବହୁ ଲୋକଙ୍କ ଚାଷ କ୍ଷତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏଣିକି ହାତୀ ଘଉଡ଼ାଇବା ଲାଗି ଉଭୟରାଜ୍ୟ ସହମତିରେ କାଯର୍‌ୟାନୁଷ୍ଠାନ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri