ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆଠମଲ୍ଲିକ-ବଇଣ୍ତା ରାସ୍ତା ଅବରୋଧ

ଆଠମଲ୍ଲିକ, (ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ବୁଧବାର ସକାଳେ ଜନୈକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁବାସିନୀ ନାୟକ(୬୫)। ତାଙ୍କ ଘର ଠାକୁରଗଡ଼ ଥାନା ଅନ୍ତର୍ଗତ ବରପାଲି ଗ୍ରାମରେ ବୋଲି ଜଣାପଡିଛି।
ପ୍ରକାଶ ଯେ, ସୁବାଷିନୀ ମଙ୍ଗଳବାର ନୂଆଗଡ଼ସ୍ଥିତ ତାଙ୍କ ଭାଇ ଧନେଶ୍ବର ନାୟକଙ୍କ ଘରକୁ ଯାଇଥିଲେ। ବୁଧବାର ସକାଳୁ ସେ ଶୌଚ ହେବାକୁ ବାହାରକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ନୂଆଗଡ଼ ଗ୍ରାମବାସୀ ଆଠମଲ୍ଲିକ-ବଇଣ୍ତା ପୂର୍ତ୍ତବିଭାଗ ରାସ୍ତାର ନୂଆଗଡ଼ଠାରେ ରାସ୍ତା ଅବରୋଧ କରିଛନ୍ତି ।