କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା। ସେ ପାଖ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡବିଲ ମେଡିକାଲ ପଠାଇଛି ା ଉକ୍ତ ଜଙ୍ଗଲରେ ୧୦ଟି ହାତୀ ଥିବା ଫରେଷ୍ଟର ଜତିନ୍ଦ୍ର ସାହୁ କହିଛନ୍ତି। ଗତ କିଛି ଦିନ ହେଲା ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ବହୁ କଷ୍ଟରେ ପାଣି ମଡ଼ାଇ ଧାନ ଫସଲ କରିଥିବା ଲୋକଙ୍କ ଜମିରେ ହାତୀ ପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ବନ ବିଭାଗ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରୁ ନ ଥିବା ଗ୍ରାମର ପ୍ରଫୁଲ ମହାନ୍ତ ଅଭିଯୋଗ କରିଛନ୍ତି ା ହାତୀ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


